fbpx
BJD SKY
BJD SKY

ବାୟୁସେନାକୁ ବଡ଼ ସଫଳତା; ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ସୁରକ୍ଷିତ ଅବତରଣ କଲା ହରକ୍ୟୁଲିସ୍ ବିମାନ

BJD

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଏକ ନୂତନ ଏବଂ ବହୁ ଚ୍ୟାଲେଞ୍ଜିଂ ସଫଳତା ହାସଲ କରିଛି । ଏୟାରଫୋର୍ସ(IAF) ଦ୍ୱାରା ପ୍ରଥମ ଥର ପାଇଁ କାର୍ଗିଲ ଏୟାରଷ୍ଟ୍ରିପରେ C-130 J ହରକ୍ୟୁଲିସ୍ ବିମାନକୁ ସୁରକ୍ଷିତ ଓ ସଫଳତାର ସହ ଆବତରଣ କରାଇଛି । ସ୍ପେଶାଲ ଫୋର୍ସ ଏହି ଟ୍ରେନିଂର ଅଂଶିଦାର ଥିବା ବେଳେ ବାୟୁସେନାର ଗରୁଡ଼ କମୋଣ୍ଡୋଙ୍କୁ ପଠାଯାଇଥିଲା । ଗରୁଡ଼ କମାଣ୍ଡୋ ଫୋର୍ସ ହେଉଛି ବାୟୁସେନାର ଏକ ସ୍ୱତନ୍ତ୍ର ତାଲିମପ୍ରାପ୍ତ କମାଣ୍ଡୋ ୟୁନିଟ । ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଏୟାରଫୋର୍ସ ପୋଷ୍ଟ କରିଛି ।

କାର୍ଗିଲର ଅତି ବିପଦପୂର୍ଣ୍ଣ ସ୍ଥାନରେ ବାୟୁସେନା ବିମାନକୁ ଅବତରଣ କରିଥିଲା । ସମୁଦ୍ର ପତନ ଠାରୁ ଅତି ଉଚ୍ଚ ସ୍ଥାନରେ ଏୟାରକ୍ରାଫ୍ଟ ଲ୍ୟାଣ୍ଡିଂ କଲାବେଳେ ସମସ୍ୟା ହୋଇଥାଏ । ଏହା ପାଇଲଟଙ୍କ ପାଇଁ ଅତି ଚ୍ୟାଲେଞ୍ଜପୂର୍ଣ୍ଣ କାର୍ଯ୍ୟ । ଏୟାରଫୋର୍ସ ପାଇଁ ଏହା ଏକ ଐତିହାସିକ ଉପଲବ୍ଧି ଭାବେ ବିବେଚିତ କରାଯାଇଛି । କହିରଖୁଛୁ ଆମେରିକାର ଲାକହିଡ୍ ମାର୍ଟିନ୍ କମ୍ପାନୀ ଦ୍ୱାରା C-130 J ସୁପର ହରକ୍ୟୁଲିସ୍ ବିମାନ ନିର୍ମିତ ହୋଇଛି । ଏହା ବାୟୁସେନାର ଏକ ଟ୍ରାନ୍ସପୋର୍ଟ ବିମାନ ଅଟେ । ୨୦୧୧ ମସିହାରେ ଏହି ବିମାନକୁ ବାୟୁସେନାରେ ସାମିଲ କରାଯାଇଥିଲା ।

Get real time updates directly on you device, subscribe now.