fbpx

ବିଜେପିରେ ମିଶିଲେ ଗ୍ରେଟ୍ ଖଲି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ରେ ଆଜି ସାମିଲ ହୋଇଛନ୍ତି ବିଖ୍ୟାତ ରେସଲର୍ ଗ୍ରେଟ୍ ଖଲି । ଆଜି ଦିଲ୍ଲୀରେ ବିଜେପି ମୁଖ୍ୟାଳୟକୁ ଆସି ଦଳରେ ସାମିଲ ହୋଇଛନ୍ତି ଖଲି । ଦିଲ୍ଲୀପ ସିଂହ ରାଣା ଡବ୍ଲୁଡବ୍ଲୁଇ ଦୁନିଆରେ ଦ ଗ୍ରେଟ୍ ଖଲି ନାଁରେ ପରିଚିତ ହୋଇଛନ୍ତି । ସେ ହିମାଚଳ ପ୍ରଦେଶରେ ରୁହନ୍ତି । ବିଜେପିରେ ସାମିଲ ହେବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଂଶସା କରିଛନ୍ତି ।

ସୂଚନାଯୋଗ୍ୟ, ପାଞ୍ଚଟି ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଗ୍ରେଟ୍ ଖଲି ବିଜେପିରେ ସାମିଲ ହେବା ଦଳ ପାଇଁ ଲାଭଦାୟକ ହୋଇପାରେ । ଗତବର୍ଷ ଖଲି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହିତ ଭେଟ କରିଥିଲେ । ସେ ସମୟରେ ସେମାନଙ୍କ ମଧ୍ୟରେ କଣ ଆଲୋଚନା ହୋଇଥିଲା ତାହା ସାମନାକୁ ଆସିନଥିଲା ।

୭ଫୁଟ୍ ୧ ଇଞ୍ଚ୍ ଲମ୍ବା ଦ ଗ୍ରେଟ୍ ଖଲି ଡବ୍ଲୁଡବ୍ଲୁଇ ସହିତ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ଲୋକପ୍ରିୟ ଟିଭି ଶୋ ବିଗ୍ ବସ୍ ରେ ମଧ୍ୟ ପ୍ରତିଯୋଗିତା ରହିସାରିଛନ୍ତି ।

Get real time updates directly on you device, subscribe now.