fbpx

ଓଡ଼ିଶାରେ ଆରମ୍ଭ ହେଲା କୋଭାକ୍ସିନ ଟିକାର ମାନବ ପରୀକ୍ଷଣ

ଭୁବନେଶ୍ୱର, ୨୭ା୭(ଓଡ଼ିଶା ଭାସ୍କର) : ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଅତି ଗମ୍ଭୀର ରହିଛି । ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହାରି ମଧ୍ୟରେ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ହେଉଥିବା କୋଭାକ୍ସିନ ଟିକା ସଫଳତା ଦିଗକୁ ଗତି କରୁଛି । ଆଜି ଓଡ଼ିଶାରେ ଏହି କୋଭାକ୍ସିନ ଟିକାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି । ସମ୍ ହସ୍ପିଟାଲରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି । କରୋନା ମୁକାବିଲା ନେଇ ଏହି ଟିକା ପ୍ରସ୍ତୁତ ହୋଇଛି ।

Get real time updates directly on you device, subscribe now.