fbpx

Big Breaking; ଗୁଡ଼ି ଦୋକାନୀ ସାବଧାନ! ପଡ଼ିବ ରେଡ୍, ପ୍ରଶାସନ ନେବ କଡ଼ା ପଦକ୍ଷେପ

ବାଲେଶ୍ୱର: ପୁଣିଥରେ ଗୁଡ଼ି ସୂତାକୁ ନେଇ ଦେଖାଯାଇଛି ଭୟଙ୍କର ପରିଣାମ । ଗୁଡ଼ି ସୂତା ଲାଗି ୨ ଜଣ ଗୁରୁତର ହେବା ପରେ ପ୍ରଶାସନ ଏହାକୁ ନେଇ କଡ଼ା ପଦକ୍ଷେପ ନେଇଛନ୍ତି । ଗୁଡ଼ି ଦୋକାନ ଉପରେ ଚଢାଉ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । ବେଆଇନ ଗୁଡ଼ି ବିକ୍ରି କରୁଥିବା ଦୋକାନ ଗୁଡ଼ିକ ଉପରେ ଏବେ କାର୍ଯ୍ୟନୁଷ୍ଠାନ ପାଇଁ ପ୍ରଶାସନ ପଦକ୍ଷେପ ନେଉଛନ୍ତି । ଗୁଡ଼ି ବିକ୍ରି ହେଉଥିବା ଦୋକାନ ଉପରେ ରେଡ୍ କରିବା ସହ ଆବଶ୍ୟକ ସ୍ଥଳରେ ସେମାନଙ୍କ ଟ୍ରେଡ ଲାଇସେନ୍ସ ମଧ୍ୟ ରଦ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.