ବର୍ଷା ହେଲେ ୧୭ଟି ସ୍ଥାନରେ ଜମିବ ପାଣି, ସଫା ହେଉଛି ଡ୍ରେନ୍‌, ବିଏମସି ମେୟରଙ୍କ ସୂଚନା

ଭୁବନେଶ୍ୱରରେ ବର୍ଷା ହେଲେ ୧୭ଟି ସ୍ଥାନରେ ଜମିବ ପାଣି

ଭୁବନେଶ୍ୱର: ବର୍ଷା ହେଲେ ଭୁବନେଶ୍ୱରର ୧୭ଟି ସ୍ଥାନରେ ଜମିବ ପାଣି। ଗତବର୍ଷ ତୁଳନାରେ ସମ୍ବେଦନଶୀଳ ଅଞ୍ଚଳ ହ୍ରାସ ପାଇଛି। ପୂର୍ବରୁ ୭୧ ଥିବାବେଳେ ଏବେ ୧୭କୁ ଖସିଛି। ପାଣି ନ ଜମିବା ଲାଗି ମୁଖ୍ୟ ନାଳ ଓ ଡ୍ରେନ୍ ସଫା କରାଯାଉଛି।

ଜୁନ ୩୦ ସୁଦ୍ଧା ସମସ୍ତ ଡ୍ରେନ୍ ସଫା ହେବ। ପାଣି ଜମିଲେ ବିଏମସି ପୂରା ପ୍ରସ୍ତୁତ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ।

ଗତକାଲି ଭୁବନେଶ୍ବରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ପରେ ରାସ୍ତା ପାଣିରେ ବୁଡିଯାଇଥିଲା। ଏହି ବର୍ଷା ପାଣିରେ ଗାଡ଼ି ମଧ୍ୟ ବୁଡ଼ି ଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ଜନପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା।