କଟକରେ ଗୋଷ୍ଠୀ ସଂଘର୍ଷ, ଦୋଳ ବିମାନ ଯିବାବେଳେ ମାରପିଟ୍

କଟକ: କଟକ ସଦର ଥାନା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଦୋଳ ବିମାନ ଯିବାବେଳେ ଏହି ମାରପିଟ୍ ହୋଇଛି । ଏହି ଘଟଣାରେ ଲୁହା ରଡରେ ଆକ୍ରମଣ ହୋଇଥିବାରୁ ଏକାଧିକ ଲୋକ ଆହତ ହୋଇଛନ୍ତି ।

ତେବେ ସୀମା ବିବାଦକୁ ନେଇ ଏଭଳି ଉତ୍ତେଜନା ହୋଇଥିବା ଜଣାପଡିଛି । ଅନ୍ୟପଟେ ପରିସ୍ଥିତିକୁ ସମ୍ଭାଳିବାକୁ ସେଠାରେ ବ୍ୟାପକ ପୋଲିସ କର୍ମୀ ମୁତୟନ ହୋଇଛନ୍ତି ।