fbpx
BSKY SKY
BSKY SKY

ଜିଏସଟି ଠକେଇ ବିରୋଧରେ ଏନଫୋର୍ସମେଣ୍ଟ ରେଡ୍

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ସହରର ଆଜି ଚାଲିଛି ଜିଏସଟି ଠକେଇ ବିରୋଧରେ ରେଡ। ସିଟି ଜିଏସ୍ଟି, ଏନଫୋର୍ସମେଣ୍ଟ ୟୁନିଟ ଏହି ରେଡ଼ କରିଛି । ସହରର ମାରୱାଡି ପଡ଼ାରେ ଥିବା ମୁନ୍ଦ୍ରା ଜୁଏଲାରୀରେ ଜିଏସଟି ଠକେଇ କରିଥିବା ଅଭିଯୋଗରେ ତାଙ୍କର ଦୁଇଟି ଦୋକାନ ଏବଂ ଘରେ ଚାଲିଛି ରେଡ଼। ଏହି ରେଡ଼ରେ ଜିଏସଟି ସଂପର୍କୀୟ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଉଛି। ଏହି ରେଡ଼ରେ ତିନୋଟି ଟିମ ସାମିଲ ହୋଇଛନ୍ତି। ମୁନ୍ଦ୍ରା ଜୁଏଲାରୀରେ ଜିଏସଟି ଠକି ଥିବା ଅଭିଯୋଗ ଆସିବାପରେ ଆଜି ଏହି ରେଡ଼ ଚାଲିଛି।

ଏହି ରେଡ଼ ସକାଳୁ ଆରମ୍ଭ ହୋଇଥିବା ବେଳେ ସିଟି ଜିଏସଟି, ଏନଫୋର୍ସମେଣ୍ଟ ୟୁନିଟର ଡେପୁଟି କମିସନରଙ୍କ ନେତୄତ୍ତରେ ଏହି ରେଡ଼ ଚାଲିଥିବା ବେଳେ ରେଡ଼ ସଂପର୍କୀୟ ଅଧିକ ସୂଚନା ଦିଆଯାଇନାହିଁ । ତେବେ ଏହି ରେଡ଼ ସମାପ୍ତ ହେବା ପରେ ଯାଇ ଅଧିକ ସୁଚନା ଦିଆଯିବ ବୋଳି ସିଟି ଜିଏସ୍ଟି, ଏନଫୋର୍ସମେଣ୍ଟ ୟୁନିଟ ପକ୍ଷରୁ ଏହାର ଡେପୁଟି କମିସନର ସୁବୋଧ ପଣ୍ଡା କହିଛନ୍ତି ।

Get real time updates directly on you device, subscribe now.