fbpx

ଭାରତ ମୋଟର୍ସ ଉପରେ ଜିଏସଟି ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତ ମୋଟର୍ସ ଓ ଶ୍ରୀ ଭାରତ ମୋଟର୍ସ କମ୍ପାନୀ ଉପରେ ଚଢ଼ାଉ ହୋଇଛି । ୩୮ କୋଟି ଟଙ୍କାର ବକେୟା ନେଇ ଚଢ଼ାଉ ହୋଇଥିବା ଜଣାପଡିଛି । ବାଣିଜ୍ୟକର ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରିଛି । ଚଢ଼ାଉରେ ୫ଟି ଟିମରେ ୩୦ ଜଣ ଅଫିସର ମଧ୍ୟ ସାମିଲ ହୋଇଥିଲେ । ପାହାଳ, ମଞ୍ଚେଶ୍ୱର ଓ କଟକ ରୋଡରେ ଚଢ଼ାଉ ହୋଇଛି ।

ମିଳିଥିବା ସୂଚନା ମୁତାବକ, ବାରମ୍ବାର ନୋଟିସ୍ ସତ୍ୱେ ଟଙ୍କା ପୈଠ କରୁନଥିବା ଅଭିଯୋଗ ହୋଇଥିଲା । ଫଳରେ ଭାରତ ମୋଟର୍ସର ସମସ୍ତ ଗାଡ଼ି ନିଲାମ ହେବାର ସମ୍ଭାବନା ରହିଛି । ଏନେଇ ସିଟି ଜିଏସଟିର ଯୁଗ୍ମ କମିଶନର ଉମେଶ ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୋରୁମରେ ଥିବା ସମସ୍ତ ଗାଡ଼ିର ଆକଳନ ଚାଲିଛି । ନିର୍ଦ୍ଦିଷ୍ଟ ସମୟରେ ଟିକସ ପୈଠ ନହେଲେ ଗାଡ଼ି ନିଲାମ ହେବ ।’

Get real time updates directly on you device, subscribe now.