fbpx

ଅନଲାଇନରେ ପାଠ ପଢ଼ିବେ କଲେଜ ଛାତ୍ରଛାତ୍ରୀ, କେବେଠୁ ଓ କଣ ରହିଛି ଗାଇଡ଼ ଲାଇନ ଜାଣନ୍ତୁ

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ସ୍କୁଲ, କେଲଜ ସବୁ ବନ୍ଦ ରହିଛି । ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ ରଖି ଅନଲାଇନରେ ଛାତ୍ରଛାତ୍ରୀ ପାଠପଢ଼ା ନେଇ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ । କଲେଜ ପିଲାଙ୍କୁ ଅନଲାଇନ କ୍ଲାସ ଦେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ ଲାଇନ ଜାରି ହୋଇଛି । ସମସ୍ତ ଡ଼ିଗ୍ରୀ କଲେଜର ପ୍ରିନ୍ସିପାଲଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ମଧ୍ୟ ହୋଇଛି । ଜୁଲାଇ ୧୩ରୁ ଅନଲାଇନ -କ୍ଲାସ ଆରମ୍ଭ କରିବାକୁ ନିର୍ଦ୍ଦେଶ ହୋଇଛି । ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟସଆପ ଓ ଇମେଲ ଗ୍ରୁପ କରାଯିବ । ଗୋଟିଏ ଗ୍ରୁପରେ ୩୨ରୁ ଅଧିକ ଛାତ୍ରଛାତ୍ରୀ ରହିବେ ନାହିଁ ।ଏଥିସହିତ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ପାଠ୍ୟ ପୁସ୍ତକ ଯୋଗାଇବାକୁ ନିର୍ଦ୍ଦେଶ ହୋଇଛି ।ଛାତ୍ରଛାତ୍ରୀଙ୍କୁ ଅଧ୍ୟାପକମାନେ ୨ରୁ ୩ ଘଣ୍ଟା ଅନଲାଇନରେ ପାଠ ପଢ଼ାଇବେ । ସପ୍ତାହକୁ ୩ଦିନ ଅନଲାଇନ ପାଠ ପଢ଼ାଯିବ । ଏଥି ପାଇଁ ଗୁଗୁଲମିଟ, ଜୁମ, ସ୍କାଏପି ଆପ ବ୍ୟବହାର କରିପାରିବେ । ଅନଲାଇନରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଶିକ୍ଷକ ନେବେ ।

Get real time updates directly on you device, subscribe now.