କରୋନା ପରେ ମଙ୍କିପକ୍ସକୁ ନେଇ ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ: ପ୍ରାୟ ତିନି ବର୍ଷରୁ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଛି । ଅନେକ ଗାଇଡଲାଇନ, କେତେ ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ସଂକ୍ରମଣର ଭୟ । ତେବେ କରୋନାର ଭୟ ଏବେ ଟିକିଏ କମ ହୋଇଛି କି ନାହିଁ, ବିଶ୍ୱବାସୀଙ୍କୁ ପୁଣି ଡରାଇଲାଣି ନୂଆ ଭୂତାଣୁ ମଙ୍କିପକ୍ସ । ୨୪ ଦେଶର ଲୋକ ଏଥିରେ ସଂକ୍ରମଣ ହୋଇ ସାରିଲେଣି । ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି । ତେଣୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ଗାଇଡଲାଇନ ।

ବିଶ୍ୱରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଚିନ୍ତାରେ ପଡିଛନ୍ତି ସରକାର । ତେଣୁ ଆପଣାଇଛନ୍ତି ପୁରୁଣା ପନ୍ଥା । ଜାରି କରିଛନ୍ତି କିଛି ଗାଇଡଲାଇନ । ମୁଣ୍ଡ ବିନ୍ଧା, ଦୁର୍ବଳ ଲାଗିବା ଏବଂ ଘୋଳା ବିନ୍ଧା ଇତ୍ୟାଦି ମଙ୍କିପକ୍ସର ଲକ୍ଷଣ ବୋଲି ଜଣାଯାଇଛି । ମଙ୍କିପକ୍ସ ରୋଗୀକୁ ତୁରନ୍ତ ସଂଗରୋଧରେ ରହିବା ସହ ସ୍ପିଟାଲ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି । ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ମଧ୍ୟ ସଂଗରୋଧରେ ରହିବାକୁ ହେବ । ତେବେ ଏହି ରୋଗରୁ ପ୍ରଥମେ ସ୍ୱସ୍ଥ୍ୟକର୍ମୀମାନେ ଦୂରେଇ ରହିବା ଆବଶ୍ୟକ ରହିଛି । ପ୍ରତ୍ୟେକ ମାମଲାକୁ ଗୁରୁତ୍ୱ ଦେବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସନ୍ଦିଗ୍ଧ ମାମଲା ଆସିଲେ ତୁରନ୍ତ ରିପୋର୍ଟ ଦେବାକୁ ଏହି ଗାଇଡଲାଇନରେ କୁହାଯାଇଛି । ତେବେ ସଂକ୍ରମଣ ଆରମ୍ଭରୁ ଜ୍ୱର ହେବାର ସମ୍ଭାବନା ରହିଛି, ଯାହା ୩ ଦିନ ପର୍ଯ୍ୟନ୍ତ ରହିପାରେ । ତେବେ ରୋଗକୁ ନେଇ ବେଶୀ ଭୟଭୀତ ନ ହେବା ସହ ସତର୍କ ରହିବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।