fbpx
BSKY
BJD YOUTH SKY
BJD MS SKY

ସେପ୍ଟେମ୍ବର ପାଇଁ ଆଜି ଆସିପାରେ କରୋନା ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ କିଛିଦିନ କରୋନା ସଂକ୍ରମଣ ଉପରତଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଅଗଷ୍ଟ ମାସର ଗାଇଡଲାଇନ୍ ଗୋଟିଏ ଦିନ ପରେ ଶେଷ ହେବ । ଏହି କାରଣରୁ ସେପ୍ଟେମ୍ବର ମାସ ପାଇଁ ଆଜି କରୋନା ଗାଇଡଲାଇନ୍ ଆସିବାର ସମ୍ଭାବନା ରହିଛି । ନୂଆ ଗାଇଡଲାଇନରେ ସପ୍ତାହାନ୍ତ ଲକଡାଉନ୍ ହଟିବ କି ନାହିଁ, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ପୂର୍ବରୁ ରାଜ୍ୟରେ ସପିଂ ମଲ୍, ପାର୍କ, ଶିକ୍ଷାନୁଷ୍ଠାନ ଖୋଲିଯାଇଥିବା ବେଳେ କେବଳ ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ଜାରି ରହିଛି ।

ତେବେ ସେପ୍ଟେମ୍ବର ମାସ ପାଇଁ କେନ୍ଦ୍ର ପକ୍ଷରୁ ଗାଇଡଲାଇନ୍ ଜାରି ହୋଇସାରିଛି । ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ କଟକଣାକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଚିଠି ଲେଖିଛି । ଆଗକୁ ପାର୍ବଣ ସମୟ ଥିବାରୁ ଗହଳି ଏଡ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗହଳି ସ୍ଥାନରେ କଡ଼ାକଡ଼ି କଟକଣା ପାଳନ କରିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକା ଓ କୋଭିଡ କଟକଣା ଦିଗରେ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.