fbpx
BSKY
BJD MC SKY
BJD MS SKY

ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା, ସାମାନ୍ୟ ବଚସାରୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାନ୍ୟ ବଚସାରୁ ରାଜଧାନୀ ଭୁବନେଶ୍ୱରରେ ହୋଇଛି ବୀଭତ୍ସ ହତ୍ୟାକାଣ୍ଡ ଗତ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଖଣ୍ଡଗିରି ଥାନା ରଘୁନାଥ ନଗରରେ ସାମାନ୍ୟ ବଚସାରୁ ହୋଇଛି ଏହି ହତ୍ୟାକାଣ୍ଡ । ମୃତକ ଜଣକ ସେହି ଅଞ୍ଚଳର ସନାତନ ରାଉତ ବୋଲି ଜଣାପଡିଛି ।

ତେବେ ଏହି ହତ୍ୟାକାଣ୍ଡରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ଥିବା ସୂଚନା ମିଳିଛି । ସନା ରଘୁନାଥନଗରରେ ଚୋରା ମଦ ବିକ୍ରିର ବିରୋଧ କରୁଥିଲେ । ଏହି କାରଣରୁ ତାଙ୍କ ଉପରେ ଆକ୍ରୋଶ ରଖି ତାଙ୍କୁ କିଛି ଦୁର୍ବୁତ୍ତ ହତ୍ୟା କରିଥିବା ପୋଲିସକୁ ସୂଚନା ମିଳିଛି । ଘଟଣାକୁ ନେଇ ଖଣ୍ଡଗିରି ଥାନା ପୋଲିସ ଛାନଭିନ୍ ଜାରି ରଖିଛି ।

Get real time updates directly on you device, subscribe now.