fbpx

ସୁଟିଂରେ ଅବନୀଙ୍କ କମାଲ୍, ଭାରତକୁ ଦେଲେ ଐତିହାସିକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ ଲେଖରା । ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ । ମହିଳା ୧୦ ମିଟର ଏୟାର ପିସ୍ତଲ ରାଇଫଲରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବିଶ୍ୱ ରେକର୍ଡର ସମକକ୍ଷ ହୋଇ ଅବନୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ତେବେ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର କ୍ଲାସ ଏସଏଚ୧ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେ ୨୪୯.୬ର ସ୍କୋର କରିଛନ୍ତି । ପାରାଲିମ୍ପିକ୍ସର ଇତିହାସରେ ଭାରତ ପ୍ରଥମଥର ପାଇଁ ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ।

Get real time updates directly on you device, subscribe now.