fbpx

Guinness World Record: ଗୋଟିଏ କିମ୍ବା ଦୁଇଟି ନୁହେଁ ୧୪୦ ଭାଷାରେ ଗୀତ ଗାଇ ନୂଆ ରେକର୍ଡ କଲେ ସୁଚେତା

ଓଡିଶା ଭାସ୍କର: କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ୧୪୦ ଭାଷାରେ ଗୀତ ଗାଇ ଏବେ ନୂଆ ରେକର୍ଡ କରିଛନ୍ତି ଭାରତର ସୁନା ଝିଅ ସୁଚେତା ସତୀଶ । ଯେଉଁଥିପାଇଁ ତାଙ୍କୁ ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ମଧ୍ୟ ମିଳିଛି। ତେବେ ସୁଚେତାଙ୍କ ବିଭିନ୍ନ ସଂଗୀତର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ସୁଚେତାଙ୍କ ପରି ଆଜି ପର୍ୟ୍ୟନ୍ତ ଦୁନିଆରେ କେହି ଏହି ସଫଳତା ହାସଲ କରିବାକୁ ସକ୍ଷମ ହୋଇନାହାନ୍ତି।

କିଏ ଏହି ସୁଚେତା ସତୀଶ?
କେରଳର ବାସିନ୍ଦା ସୁଚେତା ସତୀଶ । ବୟସରେ ସେ ବହୁତ ସାନ ଏବେ ତାଙ୍କୁ ମାତ୍ର ୧୮ ବର୍ଷ। ସୁଚେତା ଜଣେ ଭଲ ଛାତ୍ରୀ ସହ ଭଲ ଗାୟକ ମଧ୍ୟ। ତେବେ ଅନେକ ଗାୟକ ନିଜର ମେଲୋଡ଼ିଅସ ଭଏସ ଜରିଆରେ ଦର୍ଶକ ମାନଙ୍କୁ ଖୁସି କରାଇବାକୁ ଚେଷ୍ଟା କରନ୍ତି, କିନ୍ତୁ ସୁଚେତା କିଛି ଭିନ୍ନ କରିବାକୁ ଚେଷ୍ଟା କରନ୍ତି। ସେ ଅଳ୍ପ ସମୟ ମଧ୍ୟରେ ଶହଶହ ଭାଷାରେ ଗୀତ ଗାଇ ଦର୍ଶକଙ୍କ ମନ ଜିଣିଥାନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ପୁରସ୍କାର ମିଳିଛି। ତେବେ ନିକଟରେ ସୁଚେତା ୨୪ ନଭେମ୍ବର ୨୦୨୩ରେ ଦୁବାଇରେ ଜଳବାୟୁ ପାଇଁ କନସର୍ଟରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ଏହି ଅନନ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହା ସହ ମାତ୍ର ୯ ଘଣ୍ଟାରେ ୧୪୦ଟି ଭାଷାରେ ଗୀତ ଗାଇ ଗିନିଜ ୱାର୍ଲଡ ରେକର୍ଡ ସୃଷ୍ଟି କରିଛନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ, ସୁଚେତା କିପରି ବିଭିନ୍ନ ଭାଷାରେ ଗୀତ ଗାଉଛନ୍ତି ଏବଂ ଦର୍ଶକମାନେ ତାଙ୍କ ମେଲୋଡି ସ୍ୱର ଶୁଣି ବିସ୍ମିତ ହୋଇପଡ଼ିଛନ୍ତ। ଲୋକମାନେ ତାଙ୍କୁ ଢେର ସାରା ପ୍ରଶଂସା କରୁଛନ୍ତି।

ସୂଚନା ଥାଉକି, ଗିନିଜ୍‌ ବୁକ୍‌ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇବା ପରେ ସୁଚେତା ନିଜେ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ଏହି ସୂଚନା ଶେୟାର କରିଥିଲେ। ସେ ଲେଖିଛନ୍ତି, ଖୁସିରେ ଏହି ଖବର ବାଣ୍ଟି ଖୁସି ଯେ, ଭଗବାନଙ୍କ କୃପାରୁ ମୁଁ ୨୪ ନଭେମ୍ବର ୨୦୨୩ରେ ଜଳବାୟୁ ଦ୍ୱାରା ମୋ’ କନ୍‌ସର୍ଟ ସମୟରେ ୯ ଘଣ୍ଟାରେ ୧୪୦ଟି ଭାଷାରେ ଗୀତ ଗାଇ ଏକ ନୂତନ ଗିନିଜ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛି। ଆପଣଙ୍କର ଶୁଭେଚ୍ଛା ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଅନ୍ୟପଟେ ଗିନିଜ ୱାର୍ଲଡ ରେକର୍ଡ ମଧ୍ୟ ଏହାର ପୃଷ୍ଠାରେ ଏହି ସୂଚନା ଶେୟାର କରିଛି। ଏଥିରେ କ୍ୟାପଶନ ଲେଖାଅଛି, ଦୁବାଇର ଇଣ୍ଡିଆନ କନ୍‌ସଲେଟ ଅଡିଟୋରିୟମରେ ଆୟୋଜିତ କାର୍ୟ୍ୟକ୍ରମରେ ସୁଚେତା ସତୀଶ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ଜଳବାୟୁ ପରିବର୍ତ୍ତନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ୧୪୦ ଭାଷାରେ ଗୀତ କରି ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଥିଲେ। ଏହି ଆଧାରରେ ସେ ୧୪୦ଟି ଭାଷା ଚୟନ କରିଥିଲେ। ଯେଉଁଥିରେ ୧୪୦ ଦେଶର ପ୍ରତିନିଧି ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହା ଦେଖି ଲୋକମାନେ ଆନନ୍ଦିତ ହୋଇଥିଲେ। ଏହା ସହ ସୁଚେତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

 

Get real time updates directly on you device, subscribe now.