ମୋତେ ବାଟ ଛାଡ଼…. (Video) ଟ୍ରାଫିକ ଜାମ୍ ପାଇଁ କାନ୍ଧରେ ସ୍କୁଟି ଟେକିନେଲେ ଯୁବକ

ସୋସିଆଲ ମିଡିଆରେ ଭାଇରାଲ ଭିଡିଓ । ଦିଲ୍ଳୀରେ ବର୍ଷା ସାଙ୍ଗକୁ ଟ୍ରାଫିକ୍ ଜାମ ବଢ଼ାଇଛି ଚିନ୍ତା ।

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ପରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି । କିଛିଦିନ ପୂର୍ବେ ୨୦ କି.ମି ପର୍ଯ୍ୟନ୍ତ ଟ୍ରାଫିକ୍ ଲମ୍ବିଥିବା ଦେଖିବାକୁ ମିଳିଥିଲା ।

ଦିଲ୍ଲୀ ଏନସିଆର ଗୁରୁଗ୍ରାମରେ ଟ୍ରାଫିକ ଜାମକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଘରିବୁଲୁଥିବା ଦେଖାଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବକ ସ୍କୁଟିକୁ କାନ୍ଧରେ ନେଇ ଟ୍ରାଫିକ୍ ପାର୍ ହେଉଥିବାର ଦେଖିବାକୁ ମିଳିଛି ।

ଜଣେ ସ୍କୁଟରକୁ କାନ୍ଧରେ ରଖିଥିବାବେଳେ ଅନ୍ୟଜଣେ ଯୁବକ ସ୍କୁଟର ଧରିଥିବା ଦେଖିବାକୁ ମିଳିଛି । ୫୦୦ରୁ ଊଦ୍ଧ୍ୱିର୍ ଗାଡ଼ି ରାସ୍ତାରେ ଅଟକି ଥିବାବେଳେ ବ୍ୟକ୍ତିଜଣକ ବିରକ୍ତ ହୋଇ ସ୍କୁଟିକୁ କାନ୍ଧରେ ବୋହିଥିବା ଦେଖିବାକୁ ମିଳିଥିଲା ।

ବ୍ୟକ୍ତିଙ୍କ ଏ ପ୍ରକାର କାଣ୍ଡ ଦେଖି ସେଠାରେ ଉପସ୍ଥିତ ବ୍ୟକ୍ତି ତାଙ୍କ ଭିଡିଓ କରିବା ସହ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ବହୁସଂଖ୍ୟାରେ ଲୋକ ଏହି ଭିଡିଓକୁ ଦେଖିବା ସହ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।