ଦୁଇ ହାତ ଘଷିବା ଦ୍ୱାରା ଏହି ରୋଗରୁ ମିଳିଥାଏ ମୁକ୍ତି, ଜାଣନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ କାରଣ

ଓଡ଼ିଶା ଭାସ୍କର: ଶୀତ ଋତୁ ହାତକୁ ଘଷିବା ଏକ ସାଧାରଣ କଥା, ହେଲେ ଆପଣ ଦେଖିଥିବେ ଯଦି କିଏ ଚେତାଶୂନ୍ୟ ହୋଇଯାଆନ୍ତି, ସେମାନଙ୍କ ପାଦ ଏବଂ ହାତ ଘଷାଯାଇଥାଏ। ଆପଣ ଜାଣିଛନ୍ତି କି ଏହା ପଛରେ ଥିବା ବୈଜ୍ଞାନିକ କାରଣ କଣ। ଏହା କରିବା ଦ୍ୱାରା ରୋଗୀକୁ ସୁସ୍ଥ ଅନୁଭବ ହୋଇଥାଏ। ଆସନ୍ତୁ ଜାଣିବା ହାତକୁ ଘଷିବା ଦ୍ୱାରା କେଉଁ ଫାଇଦା ମିଳିଥାଏ।

ରକ୍ତ ସଞ୍ଚାଳନ ବୃଦ୍ଧି ପାଏ: ଯେତେବେଳେ ଆମ୍ଭେ ଦୁଇ ହାତକୁ ଘଷିଥାଉ ସେତେବେଳେ ଆମର ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ। ଏହା ଦ୍ୱାରା ଆମକୁ ସୁସ୍ଥ ଅନୁଭବ ହୁଏ। ଆପଣଙ୍କୁ ପ୍ରତିଦିନ କାର୍ଯ୍ୟ କରିବାରେ ଏହା ସାହାଯ୍ୟ କରିଥାଏ।

ଆଖି ପାଇଁ ଲାଭଦାୟକ: ଦୁଇ ହାତକୁ ଘଷିଲେ ଗରମର ପ୍ରଭାବ ଆଖିରେ ପଡିଥାଏ ଏବଂ ଏହା ଆଖି ଉପରେ ପଡୁଥିବା ପ୍ରଭାବକୁ ଦୂର କରିଥାଏ। ଆଖି ପାଖାରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ। ହାତ ଘଷିବା ପରେ ସେହି ହାତକୁ ୩୦ ସେକେଣ୍ଡ ପାଇଁ ନିଜ ଆଖି ଉପରେ ରଖିଦିଅନ୍ତୁ। ଏହା କରିବା ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବଢିଥାଏ।

ଦୂର ହୁଏ ଚିନ୍ତା: ହାତ ଘଷିବା ଦ୍ୱାରା ମସ୍ତିଷ୍କ ଶାନ୍ତ ପଡିଯାଏ ଏବଂ ଏହା ଆମକୁ ଆରାମ ଦେଇଥାଏ। ଏପରି କରିବା ଦ୍ୱାରା ବ୍ରେନ ଫଙ୍କସନ ଠିକ ରହିଥାଏ। ଆପଣ ପଜିଟିଭ ଫିଲ କରିବାକୁ ଲାଗିବେ। ଯଦି ଆପଣ ସକାଳୁ ହ୍ୟାଣ୍ଡ ରବିଂ କରିବେ ତେବେ ଆପଣଙ୍କୁ ଚିନ୍ତାରୁ ମୁକ୍ତି ମିଳିବ।