୧୦୪ ବର୍ଷର ବୃଦ୍ଧାଙ୍କ ହାତରେ ହାତକଡ଼ି, କ’ଣ ତାଙ୍କର ଅପରାଧ

ବୃଦ୍ଧାଙ୍କ ହାତରେ ହାତକଡି ପକାଇଲା ପୋଲିସ। ସିଧା ଟାଣି ଟାଣି ଅନ୍ଧାର କୋଠରୀରେ ବନ୍ଦ କରିଦେଲା। ହେଲେ ପରିଣତ ବୟସରେ କି ଅପରାଧ କରିଥିଲେ ବୃଦ୍ଧା ମହିଳା।

ଆମେରିକା: ୧୦୪ ବର୍ଷ ବୟସରେ ଜେଲ୍। ଜଣେ ବୁଦ୍ଧାଙ୍କ ଶେଷ ସମୟ ବା ପରିଣତ ବୟସରେ ତାଙ୍କୁ ଜେଲ ନିଆଯାଇଛି। ଏହି ଘଟଣାଟି ଆପଣଙ୍କୁ ଶୁଣିଲା ପରେ ନିଶ୍ଚୟ ଭାବରେ ମନରେ ଅନେକ ପ୍ରଶ୍ନ ଆସୁଥିବ। କିନ୍ତୁ ଏହି ଘଟଣାଟି ସତ। ଆଉ ୧୦୪ ବର୍ଷ ବୟସରେ ତା ପୁଣି ନିଜ ଜନ୍ମ ଦିନରେ ଜଣେ ବୃଦ୍ଧାଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି।

ହେଲେ କାହିଁକି ପରିଣତ ବୟସରେ ତାଙ୍କୁ ଜେଲ ନିଆଯାଇଛି। ତାହା ବି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଥିବେ। ଜେଲ ଯିବା ପାଇଁ ନିଜେ ବୃଦ୍ଧା ମହିଳା ଜଣଙ୍କ ପୋଲିସ ପାଖରେ ନିବେଦନ କରିଥିଲେ। ଯାହାର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ମହିଳାଙ୍କ ଇଚ୍ଛା: ତେବେ ଯେତେବେଳେ ଯେକୌଣସି ବ୍ୟକ୍ତିଙ୍କର ପରିଣତ ବୟସ ହୋଇଯାଏ। ସେତେବେଳେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆସିଥାଏ। ବିଭିନ୍ନ ପ୍ରକାରର ଇଚ୍ଛା ମନରେ ଜାଗ୍ରତ ହୁଏ। ଠିକ୍ ସେହିପରି ଏହି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଘଟିଛି।

ଆମେରିକାର ମିଶିଗନ୍ ରାଜ୍ୟ ଲିଭିଙ୍ଗଷ୍ଟନ୍ କାଉଣ୍ଟିର ଜଣେ ମହିଳା ଯାହାଙ୍କର ବୟସ ୧୦୪ ବର୍ଷ। ତାଙ୍କ ଜନ୍ମଦିନରେ ଏପରି ଏକ ଇଚ୍ଛା ପ୍ରକାଶ କରିଥିଲେ ଯେ ପୋଲିସ ତାଙ୍କୁ ହାତକଡି ପିନ୍ଧାଇ ସିଧା ଜେଲକୁ ନେଇଗଲା। ଏବଂ ଏକ କୋଠରୀରେ ବନ୍ଦ କରିଦେଲା।

ଜେଲରେ ବୃଦ୍ଧା ମହିଳା: ହେଲେ ଏହି ମହିଳା ଜଣଙ୍କ ଜଣକ କୌଣସି ଅପରାଧ କରି ନଥିଲେ, କିମ୍ବା ତାଙ୍କୁ କୌଣସି ଅପରାଧ ପାଇଁ ଦଣ୍ଡିତ କରାଯାଇନି। ବରଂ ଏହି ବୟସ୍କ ମହିଳା ଜଣଙ୍କ ତାଙ୍କ ଜନ୍ମ ଦିନ ଅବସରରେ ପୋଲିସ ନିକଟରେ ନିଜର ଇଚ୍ଛା ପ୍ରକାଶ କରିଥିଲେ।

ଯେଉଁଥିରେ ସେ କହିଥିଲେ କି ସେ ଜେଲ ଯିବାକୁ ଚାହୁଁଛନ୍ତି। ଆଉ ଜେଲରେ ହିଁ ତାଙ୍କ ଜନ୍ମଦିନ ପାଳନ କରିବାକୁ ତାଙ୍କର ଇଚ୍ଛା ଅଛି। ପୋଲିସ ବି ତାଙ୍କ କଥାରେ ରାଜି ହୋଇଗଲା। ହେଲେ କାହିଁକି ମହିଳା ଜଣଙ୍କ ଏପରି ଇଚ୍ଛା କଲେ ତାହା ଶୁଣି ପୋଲିସ ବି ତାଜୁବ ହୋଇଗଲା।

ବୃଦ୍ଧାଙ୍କ ହାତରେ ହାତକଡ଼ି: ତେବେ ପୋଲିସ ଯେତେବେଳେ ବୃଦ୍ଧାଙ୍କୁ ତାଙ୍କ ଇଚ୍ଛା ସମ୍ପର୍କରେ ପଚାରିଥିଲା। ସେତେବେଳେ ମହିଳା ଜଣଙ୍କ କହିଥିଲେ। ସେ ତାଙ୍କ ଜୀବନରେ  କେବେ ଥାନା ଦେଖିନାହାନ୍ତି।

କି ଥାନା ଭିତରେ କଏଦୀ ମାନଙ୍କର ଅନୁଭୂତି କିପରି ସେ ଜାଣି ନାହାନ୍ତି। ତେଣୁ ତାଙ୍କର ଶେଷ ଇଚ୍ଛା ସେ ମରିବା ପୂର୍ବରୁ ପୋଲିସ ଷ୍ଟେସନରେ କଏଦୀ ଭାବରେ ଅନୁଭୂତି ନେବେ। ପୋଲିସ ମଧ୍ୟ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କୁ ଥାନାକୁ ନେଇଥିଲା। ଏବଂ ଥାନାରେ ହିଁ ତାଙ୍କର ଜନ୍ମ ଦିନ ପାଳିଥିଲା। ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।