ରାସ୍ତା କଡ଼ରେ ଝୁଲୁଛି CRPF ଯବାନଙ୍କ ମୃତଦେହ

CRPF ଯବାନଙ୍କ ମୃତ୍ୟୁ କିପରି ହେଲା?

ପାଟଣାଗଡ଼: CRPF ଯବାନଙ୍କ ଝୁଲନ୍ତା ମୃତଦେହ ଠାବ। ଲରମ୍ଭା ଥାନା ଘସିଆନ ଗାଁ ନିକଟରେ ଅଭାବନୀୟ ଘଟଣା। ଶୁକ୍ରବାର ଠାରୁ ନିଖୋଜ ଥିଲେ ମୃତ CRPF ଯବାନ। ହେଲେ ଆଜି ସକାଳୁ ସକାଳୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି।

କିନ୍ତୁ ଯବାନ ଜଣଙ୍କର ମୃତ୍ୟୁ କିପରି ହେଲା ତାହା ଏବେ ଯାଏଁ ଜଣାପଡିନାହିଁ।  ଯବାନ ଜଣଙ୍କ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଡକେହି ହତ୍ୟା କରି ଟାଙ୍ଗି ଦେଇଛି ତାହା ସ୍ପଷ୍ଟ ହୋଇନି। ଯଦି ବି କେହି ହତ୍ୟା କରିଛି ତାହାଲେ କାହିଁକି ହତ୍ୟା କଲା ତାହା ମଧ୍ୟ ସସପେନ୍ସ ଭିତରେ ରହିଛି।

ଆଉ ଯଦି ଯବାନ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତାହାଲେ କେଉଁ ପରିସ୍ଥିତି ତାଙ୍କୁ ଏପରି ଏକ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି ତାହା ମଧ୍ୟ ଅନେକ ସନ୍ଦେହ ସୃଷ୍ଟି କରୁଛି।

ତେବେ ସେ ଯାହା ହେଉନା କାହିଁକି, ଶୁକ୍ରବାର ଠାରୁ ନିଖୋଜ ଥିବା CRPF ଯବାନଙ୍କର ଆଜି ଲରମ୍ଭା ଥାନା ଘସିଆନ ଗାଁ ନିକଟରୁ ମୃତଦେହ ଠାବ କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।