fbpx

ଥମୁନି ହନୁମାନ ପତାକା ବିବାଦ: ଜନତା- ସରକାରଙ୍କ ମଧ୍ୟରେ ଚାଲିଛି ଟଣାଓଟାରା

ବେଙ୍ଗାଲୁରୁ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା ସ୍ଥିତ ଏକ ଗାଁରେ ଧାର୍ମିକ ପତାକାକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ବେଳେ ବିପକ୍ଷ ଦଳର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାରୁ ପ୍ରକାଶ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା ସ୍ଥିତ କେରାଗୋଡ଼ୁ ଗାଁରେ ଅଧିକାରୀଙ୍କ ଦ୍ୱାରା ୧୦୮ ଫୁଟ୍ ଉଚ୍ଚ ଖୁଣ୍ଟରେ ପ୍ରଭୁ ହନୁମାନଙ୍କ ଛବି ଥିବା ଏକ ପତାକାକୁ ହଟାଇବା ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହି ପ୍ରସଙ୍ଗକୁ ଆଧାର କରି ରାଜ୍ୟ ବିରୋଧି ଦଳ ବିଜେପି ଏବଂ କଂଗ୍ରେସ ସରକାରଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା । ଉକ୍ତ ଅଂଚଳରେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ତେବେ ସୋମବାର ପୋଲିସ କିଛି ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା । ଅପରପକ୍ଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୟା ସୋମବାର ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପତାକା ହଟାଇବା ପ୍ରସଙ୍ଗରେ ଲୋକଙ୍କୁ ପ୍ରୋତ୍ସାହିତ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଗ୍ରାମପଂଚାୟତ ଦ୍ୱାରା କେବଳ ଜାତୀୟ ଏବଂ କନ୍ନଡ଼ ପତାକା ଉତ୍ତୋଳନ ପାଇଁ ଅନୁମତି ଲୋଡ଼ାଯାଇଥିଲା କିନ୍ତୁ ଏହା ବଦଳରେ ଅନ୍ୟ ପତାକା ଉତ୍ତୋଳନ କରିବାକୁ ସେ ନିନ୍ଦା କରିଛନ୍ତି ।

Get real time updates directly on you device, subscribe now.