fbpx

ମିଷ୍ଟ୍ରି ଗାର୍ଲଙ୍କୁ ଆଲିଙ୍ଗନ କଲେ ହାର୍ଦ୍ଦିକ , ନତାଶା ନାରାଜ, କହିଲେ………

ଓଡିଶା ଭାସ୍କର: ହାର୍ଦ୍ଦକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟେନକୋୱିକଙ୍କ ମଧ୍ୟରେ ଦୀର୍ଘ ଦିନରୁ ମତଭେଦ ଚାଲିଥିବା ଚର୍ଚ୍ଚା ହେଉଛି । ଉଭୟ ନତାଶା ଓ ହାର୍ଦ୍ଦିକ ପ୍ରାୟ ୬ ମାସରୁ ଏକାଠି ଦେଖାଯାଉ ନାହାନ୍ତି । ଲଗାତାର ଭାବରେ ଉଭୟଙ୍କ ତଲାକର ଖବରରେ ଗୁଜବର ବଜାର ସରଗରମ ହେବାରେ ଲାଗିଛି । ସେମାନଙ୍କ ମଧ୍ୟରେ ସତରେ କ’ଣ ଚାଲିଛି, ତାହା ଜାଣିବା ପାଇଁ ଫ୍ୟାନ୍ସ ମଧ୍ୟ ପାଗଳ ପରି ଚାହିଁ ରହିଛନ୍ତି । ମାତ୍ର ସତ୍ୟତା କ’ଣ ସେମାନେ ବି ଜାଣି ପାରୁ ନାହାନ୍ତି । ସେପଟେ ଉଭୟ ନାତାଶା ଓ ହାର୍ଦ୍ଦକ ବି ଚୁପ ଅଛନ୍ତି । କିଛି ବି କହୁ ନାହାନ୍ତି ।

ଇତିମଧ୍ୟରେ ନତାଶା ନିଜ ପତିଦେବଙ୍କ ପୋଜରେ ଘାଇଲା ହୋଇଛନ୍ତି । ଜଣେ ମିଷ୍ଟ୍ରି ଗାର୍ଲ ସାଙ୍ଗେ ହାର୍ଦ୍ଦିକ ଦେଇଥିବା ଏକ ଫଟୋ ପୋଜରେ ସେ ନିଜକୁ ଅଟକାଇ ପାରି ନାହାନ୍ତି । ସେ ଏବେ ରିଏକ୍ଟ କରିଛନ୍ତି । ସେ ଇନଷ୍ଟାଗ୍ରାମ ଓ ଅନ୍ୟ ସୋସିଆଲ ମିଡିଆରେ ନିଜକୁ ବ୍ୟସ୍ତ ରଖୁଛନ୍ତି । ହାର୍ଦ୍ଦିକଙ୍କ ମିଷ୍ଟ୍ରି ଗାର୍ଲଙ୍କ ସହ ଫଟୋ ଉଠାଇବାର ପୋଜକୁ ଦେଖିବା ପରେ ଯେମିତି ନତାଶା ଭାଙ୍ଗି ପଡିଛନ୍ତି ଭଳି ଲାଗୁଛନ୍ତି । ସେ ଏକ ଭିଡିଓରେ ଗିତାର ବଜାଉଥିବାର ଦେଖିବାକୁ ମିଳିଛି । ନତାଶା ଭିଡିଓକୁ ସେୟାର କରି ଲେଖିଛନ୍ତି ଯେ ସବୁ ଜିନିଷକୁ ପ୍ରେମ କର, କିନ୍ତୁ ଭଗବାନଙ୍କ ଉପରୁ ଆସ୍ଥା ହରାଅ ନାହିଁ ।

ସେପଟେ ଅନ୍ୟ ଏକ ଭିଡିଓରେ ସେ ଆଣ୍ଡି ଗ୍ରାମରଙ୍କ ‘ଡୋଣ୍ଟ ଗିବଅପ ଅନ ମି’ ଗୀତ ଗାଉଥିବାର ଦେଖିବାକୁ ମିଳିଛି । ହାର୍ଦ୍ଦିକ ଯେଉଁ ମିଷ୍ଟ୍ରି ଗାର୍ଲଙ୍କ ସହ ଫଟୋ ନେଇଛନ୍ତି ତାଙ୍କ ନାଁ ହେଉଛି ପ୍ରାଚୀ ସୋଲାଙ୍କି । ପ୍ରାଚୀ ହେଉଛନ୍ତି ଜଣେ ଇନଫ୍ୟୁଏଞ୍ଜର୍ସ ଓ ମେକଅପ ଆର୍ଟିଷ୍ଟ ।

Get real time updates directly on you device, subscribe now.