fbpx

(Video) ଅଲଗା ହେଲେ ହାର୍ଦ୍ଦିକ-ନତାଶା? ବିଶ୍ୱକପ୍ ପରେ ବଡ଼ ନିଷ୍ପତ୍ତି ନେଲେ ଦମ୍ପତ୍ତି! ଛାଡ଼ପତ୍ର ନେଇ ନତାଶାଙ୍କ ଇସାରା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଚମ୍ପିଆନ୍ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ବିଶ୍ୱକପ ବିଜୟରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । କିନ୍ତୁ ନିଜ ବୈବାହିକ ଜୀବନରେ ହାରି ଯାଇଛନ୍ତି ହାର୍ଦ୍ଦିକ । ପତ୍ନୀ ନତାଶାଙ୍କ ସହ ବିବାହ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହେବା ପରେ ବର୍ତ୍ତମାନ ଏ ଦୁହେଁ ଅଲଗା ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଉଭୟ ସେଲିବ୍ରିଟି ଆଉ ଏକାଠି ନଜର ମଧ୍ୟ ଆସୁନାହାନ୍ତି । ଟି୨୦ ବିଶ୍ୱକପ ଜିତିବା ପରେ ଫ୍ୟାନ୍ସ ଆଶା କରୁଥିଲେ କି କପଲ ଏକାସାଥୀରେ ଆସି ଏମିତି ଖବରକୁ ଖଣ୍ଡନ କରିବେ । ହେଲେ ଏଠି କିନ୍ତୁ ମାମଲା ଆଉ କିଛି ଅଛି । କାରଣ ଏ ଦୁହିଁଙ୍କ ଡିଭୋର୍ସ ଏକପ୍ରକାର ନିଶ୍ଚିତ ବୋଲି ଚର୍ଚା ହେଉଛି । ଏ କଥା ଆମେ କହୁନୁ ବରଂ ହାର୍ଦିକଙ୍କ ପତ୍ନୀ ନତାଶା ଛାଡପତ୍ର ନେଇ ସ୍ପଷ୍ଟ ଇଙ୍ଗିତ କରି କହିଛନ୍ତି ।

ଇନଷ୍ଟାରେ ନତାଶା କହିଛନ୍ତି, ମୁଁ ଆପଣଙ୍କ ସହ କିଛି ସେୟାର କରିବାକୁ ଚାହୁଁଛି । ଆଝି ମୁଁ ବାଇବେଲ ନେଇ ଆସିଛି । କାରଣ ମୁଁ ଏହାକୁ ଆପଣମାନଙ୍କ ସହ ପଢିବାକୁ ଚାହୁଁଥିିଲି । ଏଥିରେ ଲେଖା ଅଛି- ଭଗବାନ ସବୁବେଳେ ଆପଣଙ୍କ ସହ ଆଗକୁ ଆଗ ଯିବେ । ସେ କେବେ ବି ତୁମକୁ ଏକା ଛାଡିବେନି । ଯେତେବେଳେ ବି ଆମେ ଖରାପ ପରିସ୍ଥିତି ଦେଇ ଯାଆନ୍ତି, ହତାଶା ନହେଲେ ନିରାଶା ହୋଇ ଯାଆନ୍ତି । ହେଲେ ଭଗବାନ ଆପଣଙ୍କ ସାଥିରେ ଥାଆନ୍ତି । ଭଗବାନ କେବେ ବି ଏ କଥାରେ ସରପ୍ରାଇଜ ହୁଅନ୍ତିନି କି ଆପଣଙ୍କ ଉପରେ କଣ ବିତୁଛି । କାରଣ ତାଙ୍କ ପାଖରେ ଆପଣଙ୍କ ପାଇଁ ପୂର୍ବରୁ ହିଁ ପ୍ଲାନ ଥାଏ ।

ନତାଶାଙ୍କ ଏମିତି ମନ୍ତବ୍ୟ ରୁ ବହୁତ କିଛି ବୁଝିପାରୁଛନ୍ତି ସେମାନଙ୍କ ଫ୍ୟାନ୍ସ । ବିଭିନ୍ନ ପ୍ରକାରର ଅନ୍ଦାଜା ଲଗାଉଛନ୍ତି । ଆଉ ଏମିତି ଭାବିବାକୁ ବାଧ୍ୟ କରୁଛି ଆଉ ଗୋଟିଏ କଥା । ତାହା ହେଲା କି ଅନନ୍ତ ଓ ରାଧୀକାଙ୍କ ସଂଗୀତ ସେରିମନି ରେଯେଉଁଠି ହାର୍ଦିକ ନିଜ ଭାଇ ଭାଉଜଙ୍କ ସହ ନଜର ଆସିଥିଲେ, ସେଠି କିନ୍ତୁ ଦେଖା ଯାଇନଥିଲେ ନତାଶା । ଯାହା ସେମାନଙ୍କ ଛାଡପତ୍ର ଖବରକୁ ସତ ବୋଲି ସୂଚାଉଛି । ତେବେ ଦେଖାଯାଉ ଆଗକୁ ଏହି କପୁଲଙ୍କ ସଂପର୍କରେ କି ପ୍ରକାର ନୂଆ ମୋଡ ଆସୁଛି ଏବେ ତା ଉପରେ ରହିବ ସମସ୍ତଙ୍କ ନଜର ।

Get real time updates directly on you device, subscribe now.