fbpx

(Video) T-20 WC ମଝିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଝଟକା! ଦଳରୁ ବାଦ୍ ପଡ଼ିବେ ଷ୍ଟାର ଅଲରାଉଣ୍ଡର

Advertisement

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ତଥା ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ପ୍ରଦର୍ଶନ କରିଛନ୍ତି । ଆଇପିଏଲରେ ଖରାପ ପ୍ରଦର୍ଶନ ହୋଇଥିବା ବେଳେ ହାର୍ଦ୍ଦିକ ବିଶ୍ୱକପରେ ଉଭୟ ବ୍ୟାଟିଂ ଓ ବୋଲିଂରେ କମବ୍ୟାକ କରିଛନ୍ତି । ଏହାପରେ ବି ସିଲେକ୍ସନ କମିଟି, ହାର୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ବିଶ୍ୱକପ ମଝିରେ ବଡ ଝଟକା ଦେଇଛି । କାରଣ ବିଶ୍ୱକପ ପରେ ହେବାକୁ ଥିବା ଜିମ୍ବାୱେ ଗସ୍ତରେ ଅଜିତ ଅଗରକର ଟିମ ସ୍କ୍ୱାଡରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ ନ କରି ତାଙ୍କ ଜାଗାରେ ୨୧ ବର୍ଷୀୟ ଷ୍ଟାର ଅଲରାଉଣ୍ଡରଙ୍କୁ ମଉକା ଦେଇପାରନ୍ତି ।

ଏବେ ବିଶ୍ୱକପ ସମାପ୍ତ ହେବାକୁ ୧୪ ଦିନ ବାକି ଅଛି । ଏହାପରେ ଭାରତୀୟ ଟିମକୁ ଜିମ୍ବାୱେ ଗସ୍ତରେ ଯିବାର ଅଛି । ଏହି ଗସ୍ତରେ ସିଲେକ୍ସନ କମିଟି ଅଜିତ ଅଗରକରଙ୍କ ନେତୃତ୍ୱରେ ଏକ ଯୁବ ଟିମ ସ୍କ୍ୱାଡ ଘୋଷଣା କରିପାରେ ବୋଲି ଆଶା କରାଯାଉଛି । ତେବେ ଏହି ଦଳରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ସମେତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ବାଦ୍ ଦେଇପାରେ ବିସିସିଆଇ । ଜିମ୍ବାୱେ ଟି-୨୦ ସିରିଜରେ ଭାରତୀୟ ଟିମ ପାଇଁ ଚୟନ ହେବାକୁ ଥିବା ଟିମରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇପାରେ । ତେବେ ହ୍ରାର୍ଦ୍ଦିକଙ୍କ ଜାଗାରେ କମିଟି ସ୍କ୍ୱାଡରେ ସୁଯୋଗ ପାଇପାରନ୍ତି ନୀତିଶ କୁମାର ରେଡୀ ।

ସୂଚନା ଅନୁସାରେ, ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଆସନ୍ତା ସପ୍ତାହରେ ଟିମ ଇଣ୍ଡିଆ ଦଳ ଘୋଷଣା କରାଯିବ ବୋଲି ଜାଣିବାକୁ ମିଳିଛି । ତେବେ ଏହି ଦଳରୁ ରୋହିତ ଶର୍ମା, ବିରାଟ କୋହଲିଙ୍କ ସମେତ ବରିଷ୍ଠ ଖେଳାଳି ବାଦ୍ ପଡ଼ିପାରନ୍ତି । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଏଥିରେ ସୁଯୋଗ ଦିଆ ଯାଇପାରେ । ତେବେ ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରିଥିବା ଅଭିଷେକ ଶର୍ମା, ରିୟାନ୍ ପରାଗ, ମୟଙ୍କ ଯାଦବ, ହର୍ଷିତ ରାଣା, ନୀତିଶ ରେଡ୍ଡୀ, ବିଜୟ କୁମାର ବିଶାଖ, ୟଶ ଦୟାଲ ପ୍ରମୁଖ ଏନସିଏରେ ରହିଛନ୍ତି । ତେଣୁ ଏହି ସିରିଜରେ ଟିମ ଇଣ୍ଡିଆ ଯୁବବାହିନୀକୁ ନେଇ ଗସ୍ତ କରିପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.