fbpx

ଏହି ମାମଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: ୪ ବର୍ଷ ପୂର୍ବେ ଲାଗିଥିଲା ସାଙ୍ଘାତିକ ଅଭିଯୋଗ

Advertisement

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରାଜସ୍ଥାନ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ୨୦୧୮ ମସିହାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଏସସି / ଏସଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଏବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି ।

୨୦୧୮ ମସିହାରେ ଭାରତୀୟ ସମ୍ବିଧାନର ସ୍ଥାପତ୍ୟ ବି.ଆ. ଆମ୍ବେଦକରଙ୍କ ଉପରେ ସୋସିଆଲ ମିଡିଆରେ ଅଭଦ୍ର ଟିପ୍ପଣୀକୁ ନେଇ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ରାଜସ୍ଥାନ କୋର୍ଟ ଯୋଧପୁର ପୋଲିସକୁ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ରାଜସ୍ଥାନ ହାଇକୋର୍ଟରେ ଶୁଣାଣି ସମୟରେ ପୋଲିସ ଯାଞ୍ଚ ରିପୋର୍ଟ ଉପସ୍ଥାପନ କରିଥିଲା, ଯେଉଁଥିରେ ଅଭିଯୋଗ ପ୍ରମାଣିତ ହୋଇପାରିଲଶ ନାହିଁ । ଏଭଳି ପରିସ୍ଥିତିରେ ହାଇକୋର୍ଟ ଏହି ଆବେଦନକୁ ଖଣ୍ଡନ କରିଛନ୍ତି ।

ତେବେ ସୋସିଆଲ ମିଡିଆରେ ବି.ଆର ଆମ୍ବେଦକରଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟର ଯେଉଁ ଟ୍ୱିଟ୍ ଭାଇରାଲ ହୋଇଥିଲା, ତାହା କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭେରିଫାଏ ଆକାଉଣ୍ଟରୁ ନୁହେଁ, ବରଂ ତାଙ୍କ ନାଁରେ ଥିବା ଫେକ୍ ଆକାଉଣ୍ଟରୁ କରାଯାଇଥିଲା । ଏହି ଟ୍ୱିଟ୍ @sirhardik3777 ରୁ କରାଯାଇଥିବା ବେଳେ ପାଣ୍ଡ୍ୟାଙ୍କ ଭେରିଫାଏ ଟ୍ୱିଟର ଆକାଉଣ୍ଟର ନାଁ @hardikpandya7 ରହିଛି । ଏହି ଟ୍ୱିଟରେ ଲେଖାଥିଲା କି, ‘କିଏ ଆମ୍ବେଦକର ??? ସେ କି ଯିଏ, ଭୁଲ ଆଇନ ଏବଂ ସମ୍ବିଧାନ ତିଆରି କରିଥିଲା ଓ ଦେଶରେ ସଂରକ୍ଷଣ ନାମକ ରୋଗ ବିସ୍ତାର କରିଥିଲା ।’

Get real time updates directly on you device, subscribe now.