fbpx

କୁମ୍ଭ ମେଳା “ହରି କି ପୌରି”ରେ ସମୁହ ସ୍ନାନ, ଜମୁଛି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ

Advertisement

ନୁଆଦିଲ୍ଲୀ : ହରିଦ୍ୱାରରେ ଚାଲିଛି ମହାକୁମ୍ଭ ମେଳା । ତେବେ ସୋମବତି ଅମାବାସ୍ୟା ଅବସରରେ ହରିଦ୍ୱାରରେ ଆୟୋଜିତ ହୋଇଥିବା ଦ୍ୱିତୀୟ ଶାହୀ ସ୍ନାନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକତ୍ର ହୋଇଛନ୍ତି । ସେମାନେ “ହରି କି ପୌରି”ରେ ଗଙ୍ଗାରେ ସମୁହ ବୁଡ ପକାଉଛନ୍ତି । ଜୁନା ଆଖଡ଼ାରେ ସାଧୁ ଗଙ୍ଗାରେ ଶାହୀ ସ୍ନାନ କରୁଛନ୍ତି । ଏହା ପୂର୍ବରୁ କୁମ୍ଭର ଦ୍ୱିତୀୟ ଶାହୀ ସ୍ନାନରେ ନିରଞ୍ଜନୀ ଆଖଡ଼ାରେ ସାଧୁମାନେ ଗଙ୍ଗା ନଦୀରେ ଶାହୀ ସ୍ନାନ କରିଥିଲେ ।

ସୋମବାର ହରିଦ୍ୱାର କୁମ୍ଭରେ ସୋମବତୀ ଅମାବାସ୍ୟାର ଦ୍ୱିତୀୟ ଶାହୀ ସ୍ନାନ ହେଉଛି। କରୋନା ପରିସ୍ଥିତିକୁ ନେଇ ପ୍ରଶାସନ ମଧ୍ୟ ସତର୍କ ଅଛି । କୁମ୍ଭନଗରୀ ହରିଦ୍ୱାରରେ ମହାକୁମ୍ଭର ଶାହୀ ସ୍ନାନରେ ସମସ୍ତ ୧୩ ଆଖଡ଼ାର ସାଧୁ ଗୋଟିଏ ପରେ ଗୋଟିଏ ଗଙ୍ଗାରେ ସ୍ନାନ କରିବେ । ସତ ସନ୍ୟାସୀ ଆଖଡ଼ା, ତିନ ବୈରାଗୀ ଆଖଡ଼ା, ହର କି ପୌର ବ୍ରହ୍ମକୁଣ୍ଡରେ ଶାହୀ ସ୍ନାନ କରିବେ। ସର୍ବ ପ୍ରଥମେ ନିରଞ୍ଜନୀ ଆଖଡ଼ା ଗଙ୍ଗା ସ୍ନାନ କରିଥିଲା। ତେବେ ମହାକୁମ୍ଭ ରେ ଲଗାତର ପଡୁଥିବା ବିଶେଷ ସ୍ନାନ ପର୍ବରେ ସାଧାରଣ ଭକ୍ତ ମାନେ ବୁଡ ପକାଇ ପାରିବେନାହିଁ । କାରଣ ୧୩ ଆଖଡା ସହ ଜଡିତ ସାଧୁମାନେ ହିଁ ଏହି ସ୍ନାନ କରିବେ ।

ତେବେ ଏହି ମହାକୁମ୍ଭରେ ପବିତ୍ର ଗଙ୍ଗା ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କୁ ୭୨ ଘଣ୍ଟା ପୂର୍ବର କୋଭିଡ-୧୯ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ହେବ । କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୁମ୍ଭ ମେଳା ଆୟୋଜନ ହୋଇଛି ।

Get real time updates directly on you device, subscribe now.