ଜଗଦୀପ ଧନଖରଙ୍କ ଇସ୍ତଫାର ୨୪ ଘଣ୍ଟା ଭିତରେ ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ, ମିଳିବ କି ବଡ଼ ଦାୟିତ୍ୱ?

 

ନୂଆଦିଲ୍ଲୀ,୨୨ା୭: ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଜଗଦୀପ ଧନଖରଙ୍କ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ଉପାଧ୍ୟକ୍ଷଙ୍କ ସାକ୍ଷାତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।

ନିୟମ ଅନୁଯାୟୀ, ରାଜ୍ୟସଭା ଅଧ୍ୟକ୍ଷ ପଦ ଖାଲି ହେବା ପରେ, ହରିବଂଶ ନାରାୟଣ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏପରି ପରିସ୍ଥିତିରେ ତାଙ୍କୁ ଉପରାଷ୍ଟ୍ରପତି କରିବା ନେଇ କଳ୍ପନାଜଳ୍ପନା ମଧ୍ୟ ତୀବ୍ର ହୋଇଛି। ଜଗଦୀପ ଧନଖରଙ୍କ ଇସ୍ତଫା ପରେ ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ନେଇ ଦେଶବ୍ୟାପୀ ସମ୍ଭାବ୍ୟ ମୁହଁ ଉପରେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ହୋଇଛି। ହରିବଂଶ ନାରାୟଣଙ୍କୁ ଏବେ ଏହି ଦୌଡ଼ରେ ସବୁଠାରୁ ଆଗରେ ବିବେଚନା କରାଯାଉଛି।

ରାଷ୍ଟ୍ରପତି ଭବନ ବୈଠକର ଏକ ଫଟୋ ସେୟାର କରି ‘X’ରେ ଲେଖିଛନ୍ତି, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଧନଖର ହଠାତ୍ ଇସ୍ତଫା ଦେଇଥିଲେ, ଏହା ପରେ ହରିବଂଶ ନାରାୟଣ ମଙ୍ଗଳବାର ରାଜ୍ୟସଭାରେ ସକାଳ ଅଧିବେଶନର କାର୍ଯ୍ୟ ପରିଚାଳନା କରିଥିଲେ।