fbpx

ହରିୟାଣା ବିଧାନସଭା ମତଦାନ ତାରିଖ ବଦଳିଲା: ନୂଆ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ତାରିଖ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ପୂର୍ବରୁ ଅକ୍ଟୋବର ୧ରେ ରାଜ୍ୟରେ ବିଧାନସଭା ନିର୍ବାଚନର ମତଦାନ ହେବା ନେଇ ସ୍ଥିରୀକୃତ ହୋଇଥିବା ବେଳେ ଏବେ ଅକ୍ଟୋବର ୫ ତାରିଖରେ ମତଦାନ ହେବ । ସେହିପରି ହରିୟାଣା ଓ ଜମ୍ମୁ କଶ୍ମୀରର ମତଗଣନା ତାରିଖ ମଧ୍ୟ ବଦଳି ଯାଇଛି । ଏହି ଦୁଇ ରାଜ୍ୟରେ ଅକ୍ଟୋବାର ୪ ବଦଳରେ ଅକ୍ଟୋବର ୮ ତାରିଖରେ ଫଳାଫଳ ଘୋଷଣା ହେବ । ଏହି ଦୁଇ ରାଜ୍ୟର ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗଙ୍କ ତରଫରୁ ବଡ଼ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଅକ୍ଟୋବର ୧ରେ ମତଦାନ ଗ୍ରହଣ କରାଯିବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ମାତ୍ର ମତଦାନ ତାରିଖ ପରିବର୍ତ୍ତନ ନେଇ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖିଥିଲେ । ଏବେ ଅକ୍ଟୋବର ୫ରେ ମତଦାନ ହେବ ଓ ୮ରେ ଫଳାଫଳ ଘୋଷିତ ହେବ । ସେହିପରି ୯୦ଟି ଆସନ ବିଶିଷ୍ଟ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ମତଦାନ ଅକ୍ଟୋବର ୧ରେ ଆରମ୍ଭ ହୋଇ ୩ଟି ପର୍ଯ୍ୟାୟରେ ସରିବ । ପୂର୍ବରୁ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଅକ୍ଟୋବର ୪ରେ ଘୋଷିତ ହେବା ନେଇ ଧାର୍ଯ୍ୟ ହୋଇଥିବା ବେଳେ ଏବେ ତାହାକୁ ପରିବର୍ତ୍ତନ କରାଯାଇଛି । ଅକ୍ଟୋବର ୮ରେ ଫଳାଫଳ ଘୋଷିତ ହେବ ବୋଲି ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.