fbpx

ଆଉ ହେଇପାରିବନି ଧର୍ମାନ୍ତରୀକରଣ: ବିଲ୍ ପାଶ କଲେ ହରିୟାଣା ସରକାର

ନୂଆଦିଲ୍ଳୀ: ହଙ୍ଗାମା ଓ ହୋ ହଲ୍ଲା ମଧ୍ୟରେ ପାରିତ ହୋଇଯାଇଛି ଧର୍ମାନ୍ତରୀକରଣ ବିଲ୍ । ବିଜେପି ଶାସିତ ରାଜ୍ୟ ହରିୟାଣାରେ ପାରିତ ହୋଇଛି ଏହି ବିଲ୍ । ହରିୟାଣା ସରକାରଙ୍କ ପକ୍ଷରୁ ଶୁକ୍ରବାର ଏହି ନିୟମ ଲାଗୁ କରାଯାଇଛି । ଧର୍ମ ଆଧାରରେ ହେଉଥିବା ଏହି ଅନ୍ୟାୟକୁ ବନ୍ଦ କରିବା ପାଇଁ ହରିୟାଣା ସରକାର ନିଷ୍ପତ୍ତି ନେଇଛନ୍ତି । ବଳପୂର୍ବକ ଭାବରେ କିମ୍ବା ପ୍ରଭାବ ପକାଇ ଯଦି ଧର୍ମାନ୍ତରୀକରଣ କରାଯାଏ ତାହେଲେ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି କୌଣସି ନିର୍ଦ୍ଦିଷ୍ଟ ଧର୍ମକୁ ଏଥିରେ ସ୍ଥାନ ଦିଆଯାଇନାହିଁ । ବଳପୂର୍ବକ ହେଉଥିବା ସମସ୍ତ ପ୍ରକାର ଧର୍ମାନ୍ତରୀକରଣକୁ ବନ୍ଦ କରିବା ପାଇଁ ଏହି ଆଇନ ପ୍ରଣୟନ କରାଯିବ । ସେହିପରି ବିବାହ ପାଇଁ ମଧ୍ୟ ଧର୍ମ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି କୁହାଯାଇଛି । ତେବେ ହରିୟାଣା ବିଧାନସଭାରେ ଶୁକ୍ରବାର ଏହି ବିଲ ଆଗତ ହେବା ସମୟରେ ବେଶ ହଙ୍ଗାମା ହୋଇଥିଲା । କଂଗ୍ରେସ ବିଧାୟକ ରଘୁବୀର ସିଂ କାଡିଆନ୍ ଏହି ବିଲ୍ ଟିକୁ ଫାଡି ଦେଇଥିଲେ । ଏହି ବିଲ ଦ୍ୱାରା ବିଜେପି ବିଭାଜନର ରାଜନୀତି କରୁଛି ବୋଲି କାଡିଆନ୍ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.