fbpx

କମ୍ ବର୍ଷା ପାଇଁ ବୋନସ୍ ଘୋଷଣା: କୃଷକଙ୍କୁ ପ୍ରତି ଏକର ପିଛା ୨ ହଜାର ଟଙ୍କା ପ୍ରଦାନ କରିବେ ସରକାର

ନୂଆଦିଲ୍ଲୀ: ଚଳିତ ବର୍ଷ କିଛି ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଉ କିଛି ରାଜ୍ୟରେ ଆଦୌ ବର୍ଷା ହୋଇନଥିଲା । ବର୍ଷା କମ୍ ହେବା ଫଳରେ ବିଭିନ୍ନ ରାଜ୍ୟର ଚାଷୀମାନେ ବହୁଳ ଭାବେ କ୍ଷତି ସହିଥିଲେ । ତେବେ ଏହା ମଧ୍ୟରେ କୃଷକଙ୍କ ପାଇଁ ସରକାରଙ୍କ ତରଫରୁ ଏକ ବଡ଼ ଘୋଷଣା କରାଯାଇଛି । ଖରିଫ ଫସଲ ପାଇଁ ପ୍ରତି ଏକର ପିଛା ୨ ହଜାର ଟଙ୍କାର ବୋନସ୍ ପ୍ରସ୍ତାବକୁ ହରିୟାଣା ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ମନ୍ତ୍ରିମଣ୍ଡଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଗତ ବର୍ଷ ମେ, ଜୁନ ଓ ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ ସେହି ଅବଧିରେ କମ୍ ବର୍ଷା ହୋଇଥିଲା । କମ୍ ବର୍ଷା ହେବା ଫଳରେ କୃଷକମାନେ ଅଧିକ ଖର୍ଚ୍ଚାନ୍ତ ହୋଇଥିଲେ । ସେଥିପାଇଁ କୃଷକଙ୍କୁ ବୋନସ ଆକାରରେ ପ୍ରତି ଏକର ପିଛା ୨ ହଜାର ଟଙ୍କାର ବୋନସ୍ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଯେଉଁ କୃଷକଙ୍କର ୧ ଏକରରୁ କମ୍ ଜମି ଥିବ, ସେମାନଙ୍କୁ ମଧ୍ୟ ୨ ହଜାର ଟଙ୍କା ଦିଆଯିବ । ଫଳ, ଫୁଲ ଓ ସବଜି ସହିତ ସମସ୍ତ ଖରିଫ ଫସଲ ଉପରେ ବୋନସ୍ ଦିଆଯିବ । ଏଥିପାଇଁ ଅଗଷ୍ଟ ୧୫ରୁ ‘ମେରୀ ଫସଲ, ମେରା ବ୍ୟୋରା’ ପୋର୍ଟାଲରେ କୃଷକମାନେ ରେଜିଷ୍ଟ୍ରେସନ କରିବେ । ଜଣେ କୃଷକର ପୁଅ ହିସାବରେ ସେ ସେମାନଙ୍କର ଦୁଃଖ ବୁଝିବାରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.