fbpx

ନୁଂହ ହିଂସା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: କଂଗ୍ରେସ ବିଧାୟକ ମାମନ ଖାନ୍ ଗିରଫ

ନୂଆଦିଲ୍ଲୀ: ନୁଂହରେ ଜୁଲାଇ ୨୮ ରେ ଆରମ୍ଭ ହୋଇଥିବା ଜଳାଭିଷେକ ଯାତ୍ରାରେ ହିଂସା କରିବାର ଅଭିଯୁକ୍ତ କଂଗ୍ରେସ ବିଧାୟକ ମାମନ ଖାନଙ୍କୁ ଗିରଫ କରାଯାଇଛି । ଗୁରୁବାର ବିଳମ୍ବିତ ରାତିରେ ନୁଂହ ପୋଲିସ ଏକ ଅପରେସନ ଆରମ୍ଭ କରି ମାମନଙ୍କୁ ଗିରଫ କରିଥିଲା । ତାଙ୍କୁ ଆଜି ସକାଳ ୧୦ ଟାରେ କୋର୍ଟରେ ହାଜର କରାଯିବ । ସେଠାରେ ପୋଲିସ ମାମନଙ୍କ ରିମାଣ୍ଡରେ ନେବାକୁ ଚେଷ୍ଟା କରିପାରିବ । ବିଧାୟକଙ୍କ ସମର୍ଥକମାନେ ମାମନଙ୍କ ଗିରଫଦାରୀକୁ ନେଇ କୌଣସି ହଙ୍ଗାମା ସୃଷ୍ଟି ନକରନ୍ତି, ସେଥିପାଇଁ ସମଗ୍ର ନୁଂହ ଜିଲ୍ଲାରେ ସୁରକ୍ଷା ବୃଦ୍ଧି କରାଯାଇଛି ।

ନୁଂହ ହିଂସାରେ ଅଭିଂଯୁକ୍ତ ମାମନ ଖାନ୍ :-
ସୂଚନାନୁସାରେ, ନୁଂହ ହିଂସାର ପ୍ରଥମ ଦିନରୁ କଂଗ୍ରେସ ବିଧାୟକ ମାମନ ଖାନଙ୍କ ନାମ ଚର୍ଚ୍ଚାରେ ଥିଲା । ଅଭିଯୋଗ ହୋଇଛି ଯେ ମାମନ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ମୁସଲମାନ ଯୁବକମାନଙ୍କୁ ହିଂସା ପାଇଁ ଉତ୍ସାହିତ କରିଥିଲେ । ଏହା ପରେ ଯେତେବେଳେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜଳାଭିଷେକ ଯାତ୍ରା ନୁଂହର ପ୍ରାଚୀନ ଶିବ ମନ୍ଦିରରେ ପହଞ୍ଚିଥିଲା, ସେତେବେଳେ ଦଙ୍ଗାକାରୀମାନେ ପଥର ଫିଙ୍ଗିବା ସହ ସେଠାରେ ଗୁଳି ଚଳାଇଥିଲେ । ଏହି ହିଂସାରେ ଦଙ୍ଗାକାରୀମାନେ ଯାତ୍ରାରେ ଅଂଶଗ୍ରହଣ କରୁଥିବା ପ୍ରାୟ ୧୩୦ ଗାଡି ପୋଡି ଦେଇଥିଲେ ।

ଅସୁସ୍ଥତାର ବାହାନା ଆସିଲାନି କାମ :-

ଏହି ହିଂସା ପରଠାରୁ ନୁଂହ ପୋଲିସ ଏବଂ ହରିୟାଣା ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ମାମନ ଖାନର ଭୂମିକା ଉପରେ ଯାଞ୍ଚ କରୁଥିଲା । ପଚରାଉଚରା ପାଇଁ ପୋଲିସ ମାମନ ଖାନଙ୍କୁ ଡକାଇଥିଲା କିନ୍ତୁ ଅସୁସ୍ଥତା ବାହାନାରେ ସେ ପୋଲିସ ଷ୍ଟେସନରେ ପହଞ୍ଚି ନଥିଲେ । ଏଥିସହ ଗିରଫଦାରୀକୁ ଏଡାଇବା ପାଇଁ ସେ କୋର୍ଟରେ ଜାମିନ ଆବେଦନ କରିଥିଲେ । କିନ୍ତୁ ତାଙ୍କର ଟେକନିକ୍ କାମ କରିନଥିଲା ଏବଂ ପୋଲିସ ତାଙ୍କୁ ଗିରଫ କରିଥିଲା ।

ସୂତ୍ରରୁ ପ୍ରକାଶ ଯେ, ନୁଂହ ପୋଲିସ ତାଙ୍କୁ ରାଜସ୍ଥାନର ଅଜମେରରୁ ଗିରଫ କରିଥିଲା । ପ୍ରଦାହଜନକ ପୋଷ୍ଟ ଏବଂ ବିବୃତ୍ତି ପାଇଁ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ସୂଚନାନୁସାରେ, ହରିୟାଣା ପୋଲିସର ଜଣେ ଏସଆଇଟି ତାଙ୍କୁ ଅଜମେରରେ ଅଟକ ରଖି ନୁଂହକୁ ଆଣିଛନ୍ତି ।

Get real time updates directly on you device, subscribe now.