ନୂଆଦିଲ୍ଲୀ: ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ୍(PPF) ହେଉଛି ଭାରତ ସରକାରଙ୍କ ଦୀର୍ଘକାଳୀନ ସଞ୍ଚୟ ଯୋଜନା । ଏହି ଆକାଉଣ୍ଟର ମାଚୁ୍ୟରିଟି ଅବଧି ୧୫ ବର୍ଷ । ଆପଣଙ୍କ ଆକାଉଣ୍ଟ କିଛି ସମୟ ପାଇଁ ନିଷ୍କ୍ରିୟ(inactive) ହୋଇଯାଇଥିଲେ ଚିନ୍ତା କରନ୍ତୁ ନାହିଁ । ଆକାଉଣ୍ଟ ପୁନଃ ଆକ୍ଟିଭେସନ ସହ ଜଡ଼ିତ ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରିବା ପରେ ଆକାଉଣ୍ଟ ପୁନଃ ଆକ୍ଟିଭ କରାଯାଇପାରିବ ।
କାହିଁକି ନିଷ୍କ୍ରିୟ ହୋଇଯାଏ PPF ଆକାଉଣ୍ଟ ?
PPFରେ ନିବେଶ ନିୟମ ଅନୁଯାୟୀ ଜଣେ ଆକାଉଣ୍ଟ ହୋଲ୍ଡରଙ୍କୁ ବାର୍ଷିକ ଅତି କମରେ ୫୦୦ ଟଙ୍କା ଜମା କରିବାକୁ ପଡ଼ିଥାଏ । ଯେତେବେଳେ ଆକାଉଣ୍ଟ ହୋଲ୍ଡର ଜଣଙ୍କ ଏହି ସର୍ବନିମ୍ନ ରାଶି ଜମା କରିବା ପାଇଁ ମଧ୍ୟ ଅସମର୍ଥ ଥାନ୍ତି ତେବେ PPF ଆକାଉଣ୍ଟ ନିଷ୍କ୍ରିୟ କ୍ୟାଟେଗୋରୀରେ ସାମିଲ କରାଯାଏ । ଏଭଳି ସ୍ଥିତିରେ ଯଦି ଗୋଟିଏ ଆର୍ଥିକ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଆକାଉଣ୍ଟ ନିଷ୍କ୍ରିୟ ରହିଥାଏ ତେବେ ବ୍ୟାଙ୍କ କିମ୍ବା ଡାକ ଘରୁ PPF ଆକାଉଣ୍ଟକୁ ରିଭାଇଭ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଅତିରିକ୍ତ ୫୦ ଟଙ୍କା ଜରିମାନା ବାବଦକୁ ଦେବାକୁ ପଡ଼ିଥାଏ ।
ନିବେଶକଙ୍କ ମଧ୍ୟରେ PPF ହେଉଛି ଏକ ସ୍ଥାୟୀ ଆୟ ବିନିଯୋଗ ବିକଳ୍ପ । ଜଣେ ବ୍ୟକ୍ତି ପ୍ରତିବର୍ଷ ପିପିଏଫ୍ ଖାତାରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଏହା ସହ ଆୟକର ଅଧିନିୟମ ଧାରା 80C ଅନ୍ତର୍ଗତ ଟ୍ୟାକ୍ସ ରିଆତି ପାଇପାରିବେ । ଏହି ସ୍କିମ୍ ଅନ୍ତର୍ଗତ ଋଣ ନେବାର ସୁବିଧା ୩ୟ ରୁ ୬ଷ୍ଠ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଉପଲବ୍ଧ ହୋଇଥାଏ । ସେହିପରି ୭ମ ଆର୍ଥିକ ବର୍ଷରୁ ପ୍ରତ୍ୟେକ ବର୍ଷ ଟଙ୍କା ଉଠାଣ କରିବାର ଅନୁମତି ରହିଛି ।