ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓକୁ ପର୍ନ ସାଇଟରେ ଅପଲୋଡ୍ କରୁଥିଲେ ପ୍ରଫେସର, ମାର୍କ ଲୋଭରେ ରଖୁଥିଲେ ସମ୍ବନ୍ଧ
ନିଜ ଝିଅ ବୟସର ଛାତ୍ରୀଙ୍କ ସହ ପ୍ରଫେସର କରୁଥିଲେ ଲୀଳା । ଭିଡିଓ, ଫଟୋ ଦେଖାଇ କରୁଥିଲେ ବ୍ଲାକମେଲ୍ ।
ହାଥରସ: ଉତ୍ତର ପ୍ରଦେଶ ହାଥରସରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଶିକ୍ଷା ମନ୍ଦିରରେ ଶିକ୍ଷକ କରୁଥିଲେ ଛାତ୍ରୀଙ୍କ ଶୋଷଣ । ପରୀକ୍ଷାରେ ଭଲ ନମ୍ବର ଓ ଚାକିରି ଦେବା ଆଳରେ ଛାତ୍ରୀଙ୍କ ସହ ଖରାପ ସମ୍ପର୍କ ରଖୁଥିଲେ ରଙ୍ଗିଲା ପ୍ରଫେସର ।
ହାଥରସର ସେଠ ପି.ସି ବାଗଲା ଡିଗ୍ରୀ କଲେଜରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । କଲେଜର ପ୍ରଫେସର ରଜନିଶ କୁମାରଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ ।
କଲେଜର ପାଖାପାଖି ୩୦ ଛାତ୍ରୀଙ୍କ ଶରୀର ଉପଭୋଗ କରିଛନ୍ତି ପ୍ରଫେସର । ରଜନିାଙ୍କ ମୋବାଇଲ ଯାଞ୍ଚ କରିବା ପରେ ପାଖାପାଖି ୬୫ରୁ ଅଧିକ ଅଶ୍ଲୀଳ ଭିଡିଓ ଓ ଅନେକଗୁଡ଼ିଏ ଫଟୋ ପୋଲିସ ରିପୋଭରି କରିଛି ।
ପ୍ରଫେସରଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣେ ପୀଡ଼ିତା ଛାତ୍ରୀ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମହିଳା ଆୟୋଗ ନିକଟକୁ ଚିଠି ଲେଖିଥିଲେ । ମହିଳା ଆୟୋଗ ପକ୍ଷରୁ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସ୍ଥାନୀୟ ପୋଲିସର ୩ ସ୍ୱତନ୍ତ୍ର ଟିମ୍ ମହିଳା ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରିଥିଲା । ପ୍ରଫେସର ନିଜ ଫୋନରୁ ଡେଟା ସବୁ ଡିଲିଟ କରି ଦେଇଥିବାବେଳେ ପୋଲିସ ଏଗୁଡିକୁ ପୁଣିଥରେ ରିକୋଭର କରିଥିଲା ।
ଘଟଣାସ୍ଥଳରୁ ରଜନିଶ ଫେରାର ଥିବାବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ଉତ୍ତୋଳନ କରି ପିଲାଙ୍କୁ ବ୍ଲାକମେଲ କରୁଥିବା ଜଣାପଡ଼ିଛି । କିଛି ଭିଡିଓକୁ ପର୍ନ ସାଇଟରେ ମଧ୍ୟ ଅପଲୋଡ୍ କରାଯାଇଛି ।