fbpx

ଭଦ୍ରକରେ ରାଜନୈତିକ ହତ୍ୟା ଅଭିଯୋଗ: ସମର୍ଥକଙ୍କୁ ହତ୍ୟା ଅଭିଯୋଗ ଆଣିଲା ବିଜେପି

Advertisement

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ, ପ୍ରଚାର ମଧ୍ୟ ଜୋରଦାର ଚାଲିଛି । ହେଲେ ମଧ୍ୟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ହତ୍ୟା ଅଭିଯୋଗ ଆଣିଛି ବିଜେପି ।

ବିଜେପି ଅଭିଯୋଗ କରିଛି ଭଦ୍ରକ ଜିଲ୍ଲା ୨୮ ନମ୍ବର ଜୋନରେ ରାଜନୈତିକ ହତ୍ୟା କରିଯାଇଛି । ଭଦ୍ରକ ବ୍ରହ୍ମପୁରର ବିଜେପି ସମର୍ଥକ ଶୁଭାଶିଷ ଗିରିଙ୍କ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛି ବିଜେପି । ଶାସକ ଦଳ ସମର୍ଥକ ସରପଞ୍ଚ ଓ ତାଙ୍କ ପୁଅ ପିଟିପିଟି ହତ୍ୟା କରିବା ଅଭିଯୋଗ । ହତ୍ୟା ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି ବିଜେପି । ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

Get real time updates directly on you device, subscribe now.