fbpx

ଭାଉଜକୁ ଭଲ ପାଇ ବିବାହ କରିଥିଲା ଦିଅର: ପାରିବାରିକ କଳହରୁ ହେମଦସ୍ତାରେ ପିଟି ହତ୍ୟା କଲା, ନିଜେ ବିଷ ପିଇଲା ବିଶ୍ୱନାଥ

କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍‌): କଣ୍ଟାପଡ଼ା ବ୍ଲକ୍‌ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ତରଡ଼ଡ଼ା ଗ୍ରାମର ବିଶ୍ୱନାଥ ବେହେରା (୩୮) ନିଜ ବଡ଼ଭାଇ ସୁକାନ୍ତ ବେହେରାଙ୍କ ପତ୍ନୀ କଳ୍ପନା ବେହେରାଙ୍କ ସହିତ (୪୦) ପ୍ରେମରେ ପଡ଼ି ୩ ବର୍ଷ ପରେ ଭାଉଜଙ୍କୁ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି ।

ସୂଚନା ମୁତାବିକ,  ଉଭୟ ଗ୍ରାମରେ ନରହି ନିକଟସ୍ଥ ଶଙ୍ଖୁଆ ଗ୍ରାମରେ ରହୁଥିଲେ । ବିଭିନ୍ନ ସ୍ଥାନରେ ପାଣିପାଇପ୍‌ କାମ କରି ଚଳନ୍ତି । କୌଣସି କାରଣରୁ କଳ୍ପନା ଏବଂ ବିଶ୍ୱନାଥଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଘଟଣାଟି ଉଗ୍ରରୂପ ନେଇଥିଲା । ବିଶ୍ୱନାଥ ଉତ୍ୟକ୍ତ ହୋଇ କଳ୍ପନାଙ୍କ ମୁଣ୍ଡକୁ ହେମଦସ୍ତା ପୁଆରେ ପିଟିଦେବାରୁ ଘଟଣା ସ୍ଥଳରେ କଳ୍ପନା ମୃତ୍ୟୁବରଣ କରିଥିବା ବେଳେ ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେବା ପରେ ଭୟରେ ସ୍ୱାମୀ ବିଶ୍ୱନାଥ କୀଟନାଶକ ଖାଇଦେବାରୁ ସେ ମଧ୍ୟ ଗୁରୁତର ହୋଇପଡ଼ିଥିଲା । ଖବରପାଇ ଗୋବିନ୍ଦପୁର ପୋଲିସ୍‌ ଓ ଗୋବିନ୍ଦପୁର ସରପଞ୍ଚ ଲଲାଟେନ୍ଦୁ ପ୍ରସାଦ ଦାସ ଆମ୍ବୁଲାନ୍ସ ଓ ପୋଲିସ୍‌ ଗାଡ଼ି ସହାୟତାରେ ଉଭୟଙ୍କୁ ଅଡ଼ଶପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏହି ଘଟଣାଟି ପ୍ରେମ ବ୍ୟାପାର କିମ୍ବା ଅର୍ଥ କରଜକୁ ନେଇ ଉପୁଜିଥିବା ଆଲୋଚନା ହେଉଛି।

Get real time updates directly on you device, subscribe now.