ଲିଭ୍‌-ଇନରେ ରହିବା ପାଇଁ କରିବାକୁ ପଡିବ ରେଜିଷ୍ଟ୍ରେସନ, ଜାଣନ୍ତୁ କେତେ ଲାଗିବ ଫିସ୍‌

ଲିଭ୍‌-ଇନ ରିଲେସନସିପରେ ରହିବା ପାଇଁ ପେମୀଯୁଗଳଙ୍କୁ ମିଳିଲା ମଞ୍ଜୁରୀ । ଏମାନେ ଏଥିପାଇଁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: ବର୍ତ୍ତମାନ ଉତ୍ତରାଖଣ୍ଡରେ ସୋମବାର ଅର୍ଥାତ ୨୭ ଜାନୁଆରୀରେ ୟୁନିଫର୍ମ ସିଭିଲ କୋଡ ଲାଗୁ ହୋଇଛି । ୟୁସିସି ଅନୁଯାୟୀ ଲିଭ୍‌-ଇନ ରିଲେସନସିପ ପାଇଁ ରେଜିଷ୍ଟ୍ରେସନ କରିବା ଏବେଠାରୁ ବାଧ୍ୟତାମୂଳକ ହୋଇଯିବ ।

କରିବାକୁ ପଡିବ ରେଜିଷ୍ଟ୍ରେସନ: ବହୁବିବାହ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଯେଉଁ ଲୋକେ ପୂର୍ବରୁ ବହୁ ବିବାହ କରିଛନ୍ତି, ସେମାନଙ୍କୁ ମଧ୍ୟ ରେଜିଷ୍ଟ୍ରେସନ କରିବାକୁ ପଡିବ।

ସୂଚନା ମୁତାବକ, ଲିଭ୍‌-ଇନ ରିଲେସନସିପ ପାଇଁ ଅନଲାଇନ ଆବେଦନର ୧୫ ଦିନ ମଧ୍ୟରେ ରେଜିଷ୍ଟ୍ରେସନ ସାର୍ଟିଫିକେଟ ମିଳିଯିବ । ଏଥିପାଇଁ ୨୫୦ ଟଙ୍କା ଶୁଳ୍କ ରହିବ ।

୧୫ ଦିନରେ ଦାଖଲ କରିବାକୁ ପଡିବ ଆପ୍ଲିକେସନ: ଯଦି ସଙ୍ଗେ ସଙ୍ଗେ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଅପଣଙ୍କୁ ଦରକାର ତେବେ ଏଥିପାଇଁ ଅଢେଇ ହଜାର ଟଙ୍କାର ଫିସ ଦେବାକୁ ପଡିବ । ରେଜିଷ୍ଟାରଙ୍କୁ ୧୫ ଦିନରେ ଆପ୍ଲିକେସନ ଦାଖଲ କରିବାକୁ ପଡିବ । ନଚେତ ଆପ୍ଲିକେସନ ମୋଟୋ ରେଜିଷ୍ଟାର ଜେନେରାଲଙ୍କ ପାଖକୁ ଚାଲିଯିବ ।

ୟୁସିସିରେ ରେଜିଷ୍ଟ୍ରେସନ ପାଇଁ ଅଧିକାରୀମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ବହୁବିବାହ ଉପରେ ଆଜିଠାରୁ ସଂପୂର୍ଣ୍ଣ ଭାବେ ରୋକା ଦିଆଯାଇଛି । ଖାସକରି ମୁସଲିମ କମ୍ୟୁନିଟିରେ ଯେଉଁ ଲୋକେ ଏହା ପୂର୍ବରୁ ବହୁବିବାହରେ ଅଛନ୍ତି, ସେମାନଙ୍କୁ ମଧ୍ୟ ରେଜିଷ୍ଟ୍ରେସନ କରିବାକୁ ପଡିବ ।

ଲିଭ-ଇନ ପାଇଁ ନିୟମ: ଲିଭ୍‌-ଇନରେ ରହୁଥିବା କପଲ୍‌, ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ । ଲିଭ୍‌-ଇନରେ ରହୁଥିବା ବ୍ୟକ୍ତିଙ୍କ ବୟସ ୧୮ ଏବଂ ୨୧ ବର୍ଷ ଉପରେ ରହିବା ଆବଶ୍ୟକ ।

ଯଦି ଏମାନଙ୍କୁ ଏତିକି ବୟସ ହୋଇନାହିଁ, ସେମାନେ ପିତାମାତାଙ୍କ ସମ୍ମତି ନେବାକୁ ପଡିବ । ଏଥିସହ ଲିଭ୍‌-ଇନ ସଂପର୍କରେ ରହୁଥିବା ଦମ୍ପତ୍ତିଙ୍କର ଶିଶୁ ଏକ ବିବାହିତ ଦମ୍ପତ୍ତିଙ୍କ ସନ୍ତାନ ଭଳି ସମାନ ଅଧିକାର ପାଇବ ।