fbpx

ପରୀକ୍ଷା ଦେବାକୁ ଆସିଥିଲେ ବିଦ୍ୟାଳୟ : ପ୍ରଶ୍ନପତ୍ର ନ ମିଳିବାରୁ ଗଛମୂଳେ ବସି କଲେ ପ୍ରତିବାଦ

ବାଙ୍କୀ : ଆପଣ ମାନେ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ହୋଇଥିବାର ଖବର ଅନେକ ଥର ଶୁଣିଥିବେ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ପରୀକ୍ଷାରେ ପ୍ରଶ୍ନପତ୍ର ନଦେବାର । ହଁ, ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ବାଙ୍କୀର ବ୍ରହ୍ମପୁରା ସ୍ଥିତ ଏକ ସ୍କୁଲରୁ ଦେଖିବାକୁ ମିଳିଛି । ଏହି ସ୍କୁଲରେ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦିଆ ଯାଇନଥିଲା ।

ସୂଚନା ଅନୁସାରେ, ବ୍ରହ୍ମପୁରାର ଏକ ସ୍କୁଲରେ ୭ମ ଷାଣ୍ମାସିକ ପରୀକ୍ଷାରେ ପରୀକ୍ଷା ଦେବା ପାଇଁ ଆସିଥିବା ପିଲାଙ୍କୁ ପ୍ରଶ୍ନପତ୍ର ଦିଆ ଯାଇନଥିଲା । ଯାହାଫଳରେ ସମସ୍ତ ଛାତ୍ରଛାତ୍ରୀ ମିଶି ଆମ୍ବ ଗଛ ମୂଳରେ ବସି ଏହାକୁ ନେଇ ପ୍ରତିବାଦ କରିଥିଲେ ।

Get real time updates directly on you device, subscribe now.