fbpx

୨୪ ହଜାର ପଦ ଖାଲି: ସଫେଇ କର୍ମଚାରୀ ଚାକିରି ପାଇଁ ଆବେଦନ କଲେଣି ୮ ଲକ୍ଷରୁ ଅଧିକ ପ୍ରାର୍ଥୀ

BJD

ନୂଆଦିଲ୍ଲୀ: ଦେଶରେ ଶିକ୍ଷିତଙ୍କ ସଂଖ୍ୟା ଯେତିକି ମାତ୍ରାରେ ବୃଦ୍ଧି ପାଉଛି ସେହି ଅନୁପାତରେ ବେକାରୀ ହାର ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ଚାକିରିର ଅଭାବ କାରଣରୁ ଅନେକ ସମୟରେ ବହୁ ଉଚ୍ଚଶିକ୍ଷିତ ଯୁବକ, ଯୁବତୀମାନେ ମଧ୍ୟ ଅତି ସାଧାରଣ ପଦରେ ଚାକିରି କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଏହାର ଅନେକ ଉଦାହରଣ ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ପୁଣି ଏକ ନୂଆ ଘଟଣା ସାମ୍ନାକୁ ଆସିଛି ।

ରାଜସ୍ଥାନରେ ୨୪ ହଜାରରୁ ଅଧିକ ସଫେଇ କର୍ମଚାରୀ ପଦ ପାଇଁ ଚାକିରି ବାହାରିଛି । ପୂର୍ବରୁ ୧୩,୧୮୪ଟି ପଦ ପାଇଁ ବିଜ୍ଞାପନ ବାହାରିଥିବା ବେଳେ ଏବେ ପୁଣି ୧୧୦୦୦ ପଦ ବୃଦ୍ଧି କରାଯାଇଛି । ଫଳରେ ୨୪୭୯୭ଟି ପଦରେ ଚାକିରି କରିବା ପାଇଁ ପ୍ରାର୍ଥୀମାନେ ଆବେଦନ କରିପାରିବେ । ପ୍ରାର୍ଥୀମାନେ ଅକ୍ଟୋବ ୧୬ରୁ ନଭେମ୍ବର ୪ ତାରିଖ ମଧ୍ୟରେ ଏଥିରେ ଆବେଦନ କରିପାରିବେ । ୧୮ରୁ ୪୦ ବର୍ଷ ବୟସର ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ ।

ପୂର୍ବରୁ ୧୩୧୮୪ଟି ସଫେଇ କର୍ମଚାରୀ ପଦ ପାଇଁ ୮,୩୯,୮୨୨ ଜଣ ପ୍ରାର୍ଥୀ ଆବେଦନ କରିଥିଲେ । ତେଣୁ ଯେଉଁମାନେ ପୂର୍ବରୁ ଆବେଦନ କରିନଥିବେ ସେମାନେ ଏବେ ଆବେଦନ କରିପାରିବେ । ତେବେ ଦେଶରେ ଚାକିରିର ଅଭାବ କେତେ ରହିଛି ତାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି । ଅନେକ କ୍ଷେତ୍ରରେ ପ୍ରାର୍ଥୀମାନେ କେବଳ ସରକାରୀ ଚାକିରି ଲୋଭରେ ପଡ଼ି ଆବେଦନ କରିଥାନ୍ତି । ସେମାନେ ଛୋଟ-ବଡ଼ ପଦ ଦେଖିନଥାନ୍ତି ।

ଏଭଳି ଏକ ଘଟଣା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା । ଗତ ମେ ମାସରେ କେନ୍ଦ୍ର ସରକାର ଏସଏସସି ଅଧିନରେ ଏମଟିଏସ ଚତୁର୍ଥ ଶ୍ରେଣୀ କର୍ମଚାରୀ ପାଇଁ ଏମ.ଟେକ, ଏମବିଏ, ଏମସିଏ, ବି.ଏଡ, ବିବିଏ ଡିଗ୍ରୀଧାରୀ ପିଲା ଆବେଦନ କରିଥିଲେ । ପିଅନ, ଜଗୁଆଳି, ଗେଟକିପର ଓ ମାଳି ଆଦି ପଦ ପାଇଁ ସାରା ଦେଶରେ ୫୫ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ ।

Get real time updates directly on you device, subscribe now.