fbpx

(Video) ରାସ୍ତାରେ ସ୍କୁଟି ଚଳାଉଥିଲେ; ହଠାତ୍ ଘର ଛପର ଉପରେ ଗାଡ଼ି ପୁରାଇଦେଲେ ଦୁଇ ଯୁବତୀ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ, କିନ୍ତୁ ଏଥିମଧ୍ୟରୁ କିଛି ଭିଡିଓ ମଜାଳିଆ ହୋଇ ଥାଏ। ଯଦିଓ ଦୁର୍ଘଟଣା କାହା ପାଇଁ ଭଲ ନୁହେଁ, କିନ୍ତୁ ଏଭଳି କିଛି ଦୁର୍ଘଟଣାର ଭିଡିଓ ଥାଏ, ଯାହାକୁ ଦେଖିଥିବାକୁ ବହୁତ ମଜାଲାଗେ।

ସଡ଼କ ସୁରକ୍ଷା ଓ ଲୋକଙ୍କ ଭଲ ପାଇଁ ପୁଲିସ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରୁଛି, କିନ୍ତୁ ଘର ଭିତରେ ଛାତ ଉପରେ କେହି ଦୁର୍ଘଟଣା ଘଟାଇଲେ କ’ଣ ହେବ? ସ୍କୁଟି ଚଳାଉଥିବା ଝିଅଙ୍କ ବିପଜ୍ଜନକ ଗାଡି ଚାଳନାର ସମସ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କାରଣରୁ ଟ୍ରୋଲରମାନେ ତାଙ୍କୁ ପାପା କି ପରୀ ବୋଲି କହିଛନ୍ତି।

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଘରର ଛପରରେ ଏକ ସ୍କୁଟି ପସି ଯାଇଛି। ଏଥିରେ ଦୁଇ ଜଣ ଝିଅ ମଧ୍ୟ ଚଢ଼ିଥିବା ବେଳେ ଜଣେ ପିଲା ଆସି ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଛି। ଦେଖିଲେ ଲାଗୁଛି ସ୍କୁଟିଟି ଦୁର୍ଘଟଣାଗ୍ରସ୍ତ ହୋଇ ସିଧାସଳଖ ଛପର ଉପରେ ଖସି ପଡ଼ିଛି।

View this post on Instagram

 

A post shared by INFO JAWA BARAT (@infojawabarat)

ଏହି ଭିଡିଓଟିକୁ ଇନଫୋଜାବାରତ ନାମକ ଏକ ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ତେବେ ଭିଡିଓଟି କେଉଁଠିର ତାହା ଜଣାପଡ଼ିନାହିଁ। ଏହି ଭିଡିଓକୁ ୩୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି।

Get real time updates directly on you device, subscribe now.