fbpx

ନିର୍ବାଚନ ସମୟରେ କେତେ ଟଙ୍କା ଖର୍ଚ୍ଚ କରନ୍ତି ରାଜନୈତିକ ଦଳ? ଗତ ପାଞ୍ଚ ବର୍ଷ ନିର୍ବାଚନର ତଥ୍ୟ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ସମୟରେ କୋଟି କୋଟି ଟଙ୍କା ରାଜନୈତିକ ଦଳ ଖର୍ଚ୍ଚ କରନ୍ତି । ଏହା ବ୍ୟତୀତ ପ୍ରତି ନିର୍ବାଚନରେ କୋଟି କୋଟି ଟଙ୍କାର ନଗଦ ରାଶି ଜବତ ହେବାର ଫଟୋ ମଧ୍ୟ ସାମ୍ନାକୁ ଆସିଥାଏ । ତେବେ ଆଗାମୀ ଲୋକସଭା ନିର୍ବାଚନରେ ଅନେକ ରାଜ୍ୟରେ ପାଣି ପରି ଟଙ୍କା ଭଷାଇଦିଆଯାଉଛି । ହେଲେ ଆଜି ଆମେ ଆପଣଙ୍କୁ ଗତ ପାଞ୍ଚଟି ନିର୍ବାଚନର ତଥ୍ୟ କହିବାକୁ ଯାଉଛୁ । ଏହି ତଥ୍ୟ ଶୁଣିବା ପରେ ଆପଣ କହିବେ ଏପରି ଛୋଟ ଦେଶର ଅର୍ଥବ୍ୟବସ୍ଥା ଏତେ ରହିଛି । ଆସନ୍ତୁ ଜାଣିବା ଏହି ବିଷୟରେ..

ଦେଶରେ ଆଗାମୀ କିଛି ଦିନ ପରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି । ସୂଚନା ମୁତାବକ ଗତ ଲୋକସଭା ନିର୍ବାଚନରେ ପାଖାପାଖି ୮ କୋଟି ଡଲାର ଅର୍ଥାତ ୫୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ନିର୍ବାଚନରେ ଖର୍ଚ୍ଚ ଦୃଷ୍ଟିରୁୁ ବିଶ୍ୱରେ ଥିବା ସମସ୍ତ ରେକର୍ଡକୁ କାଟି ଦେଇଛି ।

ସୂଚନା ମୁତାବକ ଗତ ଲୋକସଭା ନିର୍ବାଚନ ପରି ଏଥର ମଧ୍ୟ ଭାରତର ନିର୍ବାଚନ ଦୁନିଆରେ ସବୁଠାରୁ ମହଙ୍ଗା ହେବାକୁ ଯାଉଛି । ଯଦି ଗ୍ରାମ ପଞ୍ଚାୟତ ଠାରୁ ନେଇ ସବୁଠାରୁ ମହଙ୍ଗା ହେବାକୁ ଯାଉଛି । ଯଦି ଗ୍ରାମ ପଞ୍ଚାୟତ ଠାରୁ ନେଇ ଲୋକସଭା ନିର୍ବାଚନ ସହ ଯୋଡିବା ତେବେ ଆଉ ୧୦ ଲକ୍ଷ କୋଟି ଟଙ୍କା ପାର କରିଯିବ । ବଡ ବଡ ରାଜ୍ୟର ବଜେଟ ମିଶାଇବା ପରେ ମଧ୍ୟ ଏତେ ଟଙ୍କା ହେବ ନାହିଁ । ସେହିପରି ସେଣ୍ଟର ଫର ମିଡିଆ ଷ୍ଟଡିଜ ମୁତାବକ ଯଦି ସମସ୍ତ ନିର୍ବାଚନ ଗୋଟିଏ ସପ୍ତାହରେ ହେଉଛି ତେବେ ତିନି ରୁ ପାଞ୍ଚ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହେବ । ରିପୋର୍ଟ ମୁତାବକ ୨୦୨୪ର ଲୋକସଭା ନିର୍ବାଚନରେ ୧.୨୦ ଲକ୍ଷ କୋଟି ଖର୍ଚ୍ଚ ହେବାର ଆଶଙ୍କା ରଖାଯାଇଛି । ଏଥିରେ ସବୁଠାରୁ ବଡ ଅଂଶ ହେଉଛି ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ କରିବା ।

ସାରା ଦେଶରେ ୪,୫୦୦ ବିଧାନସଭା ସିଟ ଅଛି । ଏମାନଙ୍କର ଥରେ ନିବ୭ାଚନ କରିବାରେ ଖର୍ଚ୍ଚ ୩ ଲକ୍ଷ କୋଟି ଟଙ୍କା ଆସୁଛି । ସେହିପରି ମହାନଗରପାଳିକାର ସମୁଦାୟ ୫୦୦ ସିଟ ଅଛି । ଏମାନଙ୍କ ନିର୍ବାଚନରେ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ଆସୁଛି । ଏହା ବ୍ୟତୀତ ଜିଲ୍ଲା ପରିଷଦର ୬୫୦, ମଣ୍ଡଳର ୭,୦୦୦ ଏବଂ ଗ୍ରାମ ପଞ୍ଚାୟତର ୨.୫ ଲକ୍ଷ ସିଟରେ ନିର୍ବାଚନ ୪.୩୦ ଲକ୍ଷ କୋଟି ଖର୍ଚ୍ଚ ହୋଇଥାଏ ।

ଲୋକସଭା ନିର୍ବାଚନରେ ପ୍ରାର୍ଥୀ ୫୦ ଲକ୍ଷରୁ ୭୦ ଲକ୍ଷ ଟଙ୍କା ମଧ୍ୟରେ ଖର୍ଚ୍ଚ କରିପାରିବେ । ଅନେକ ଥର ଏହା ଏହି କଥା ଉପରେ ନିର୍ଭର କରିଥାଏ ଯେ, ସେହି ପ୍ରାର୍ଥୀ କେଉଁ ରାଜ୍ୟରେ ନିର୍ବାଚନ ଲଢୁଛି । ଅରୁଣାଞ୍ଚଳ ପ୍ରଦେଶ, ଗୋଆ ଏବଂ ସିକ୍କିମକୁ ଛାଡି ଅନ୍ୟ ସମସ୍ତ ରାଜ୍ୟରେ ଏକ ପ୍ରାର୍ଥୀ ପ୍ରଚାରରେ ଅଧିକରୁ ଅଧିକ ୭୦ ଲକ୍ଷ ଖର୍ଚ୍ଚ କରିପାରିବ । ଦିଲ୍ଲୀ ପାଇଁ ଏହି ସୀମା ୭୦ ଲକ୍ଷ ଏବଂ ଅନ୍ୟ କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ୫୪ ଲକ୍ଷ ଅଟେ । ସେହିପରି ବିଧାନସଭା ନିର୍ବାଚନ ପାଇଁ ଅଧିକରୁ ଅଧିକ ୨୦ ଲକ୍ଷ ରୁ ୨୮ ଲକ୍ଷ ଟଙ୍କା ମଧ୍ୟରେ ଖର୍ଚ୍ଚ ହେଉଛି ।

ନିର୍ବାଚନରେ ଖର୍ଚ୍ଚ ପ୍ରତିଦିନ ବଢିବାରେ ଲାଗିଛି । ଗତ ୨୦୧୯ ନିର୍ବାଚନରେ ଏହି ଖର୍ଚ୍ଚ ୫୫୦ କୋଟି ଟଙ୍କା ପର୍ଯ୍ୟନ୍ତ ପହଁଚିଯାଇଥିଲା । ଗତ ପାଞ୍ଚ ବର୍ଷ ନିର୍ବାଚନ ତୁଳନାରେ ଜଣାପଡିଛି ଯେ, ଏହି ଖର୍ଚ୍ଚ ପାଞ୍ଚ ଗୁଣାରୁ ଅଧିକ ବଢିଯାଇଛି । ସେହିପରି ୧୯୯୯ରେ ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସେହିପରି ୨୦୦୪ରେ ୧୪୧ କୋଟି ଏବଂ ୨୦୦୯ ରେ ୨୦୦ କୋଟି ଏବଂ ୨୦୧୪ରେ ୩୦୦ କୋଟି ଖର୍ଚ୍ଚ ହୋଇଥିଲା ।

Get real time updates directly on you device, subscribe now.