fbpx

କାର୍ ଚାବି ନଦେବାରୁ ବାପାକୁ ଛୁରୀ ଭୁସି ମାରିଦେଲା ୧୫ ବର୍ଷୀୟ ପୁଅ; ଅତି ଗେହ୍ଲା କରିଥିଲେ ପୋଲିସ-ଶିକ୍ଷକ ଦମ୍ପତି

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରରେ ହୃଦୟ ବିଦାରକ ଘଟଣା । ଜଣେ ୧୫ ବର୍ଷୀୟ ନାବାଳକ ନିଜ ବାପାଙ୍କୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । କୁହାଯାଉଛି ଯେ ବାପା କାର୍ ଚାବି ଦେବାକୁ ମନା କରିବାରୁ ପୁଅ ରାଗରେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଯେଉଁଥିପାଇଁ ବାପାଙ୍କ ମୃତ୍ୟୁ ଘଟିଛି । ପୁଲିସ ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ କୋତୱାଲି ଦେହାଟ ଅଞ୍ଚଳର ଯମୁନାପୁରମ୍ କଲୋନୀରେ ଏହି ଘଟଣା ଘଟିଛି । ସର୍କଲ ଅଫିସର (ସିଓ) ଶଙ୍କର ପ୍ରସାଦ କହିଛନ୍ତି ଯେ, ପାୱାର କର୍ପୋରେସନରେ କାର୍ଯ୍ୟରତ ହେଡ କନଷ୍ଟେବଳ ପ୍ରବୀଣ କୁମାର (୪୮)ଙ୍କ କାର୍ ଚାବିକୁ ନେଇ ତାଙ୍କ ପୁଅ ସହ ଯୁକ୍ତିତର୍କ ହୋଇଥିଲା । ରାଗରେ ପୁଅ ବାପାକୁ ଛୁରୀ ଭୁସି ଦେଇଥିଲା । କୁମାରଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାଏବଂ ପରେ ନୋଏଡା ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଛି ।

ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ସିଓ କହିଛନ୍ତି । ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି ।  ମିଳିଥିବା ସୂଚନା ଅନୁଯାୟୀ, ପ୍ରବୀଣ କୁମାରଙ୍କ ପତ୍ନୀ ସବିତା ଖୋର୍ଜା ବ୍ଲକ୍ କିରା ଗ୍ରାମର ଏକ ଜୁନିୟର ହାଇସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ । ଯମୁନାପୁରମ୍ କଲୋନୀର ଡିପିଏସ୍ ରେ ଦଶମ ଶ୍ରେଣୀରେ ପଢ଼ୁଛି ପୁଅ । ଏପରି ଘଟଣାକୁ ନେଇ ପରିବାର ଲୋକ ଓ ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

 

Get real time updates directly on you device, subscribe now.