fbpx

ଶିକ୍ଷକ ନା କଳଙ୍କ: ସହକାରୀ ଶିକ୍ଷୟତ୍ରୀଙ୍କୁ ଆଶାଳୀନ ଇଙ୍ଗିତ ସହ ସମ୍ବେଦନଶୀଳ ଅଙ୍ଗକୁ ଜୋର ଜବରଦସ୍ତ ସ୍ପର୍ଶ ନେଇ ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କୁ ସ୍କୁଲରୁ ଉଠାଇଆଣିଲା ପୋଲିସ

Advertisement

ବାଲିପାଟଣା, (ଭାସ୍କର ନ୍ୟୁଜ୍‌) : ବାଲିପାଟଣା ବ୍ଲକ ଅନ୍ତର୍ଗତ ନରିଶୋ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକଙ୍କ ସହଯୋଗୀ ସହକାରୀ ଶିକ୍ଷୟତ୍ରୀ ସ୍ୱାଗତିକା ଷଢଙ୍ଗୀଙ୍କୁ ଅସଦାଚରଣ କରି ଥାନାରେ ଅଟକ ଅଛନ୍ତି । ବିଦ୍ୟାଳୟ ପରିଚାଳନା କମିଟି ଶିକ୍ଷକଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ବାଲିପାଟଣା ପୁଲିସ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକଙ୍କୁ ଆଣି ଥାନାରେ ଅଟକ ରଖିଛି ।

ପ୍ରାପ୍ତ ସୂଚନା ଅନୁଯାଇ ଶୁକ୍ରବାର ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଥିଲା । ସେଥିପାଇଁ ସହକାରୀ ଶିକ୍ଷୟତ୍ରୀ ସ୍ୱାଗତିକା ଷଡ଼ଙ୍ଗୀ ବିଦ୍ୟାଳୟରେ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ମଲ୍ଲିକ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରେ ଆଶାଳୀନ ଇଙ୍ଗିତ କରିବା ସହିତ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଜୋର ଜବରଦସ୍ତ ସ୍ପର୍ଶ କରିଥିଲେ । ସେହି ସମୟରେ ବୈଠକରେ ଯୋଗ ଦେବାକୁ ଆସିଥିବା ବିଦ୍ୟାଳୟ ପରିଚାଳନା କମିଟିର ୨ ଜଣ ସଦସ୍ୟ ଅସଂଯତ ଅବସ୍ଥାରେ ଥିବା ୨ ଜଣଙ୍କୁ ସ୍ୱଚକ୍ଷୁରେ ଦେଖିଥିଲେ । ଗତକାଲି ଶିକ୍ଷୟତ୍ରୀ ସ୍ଥାନୀୟ ନେତୃବୃନ୍ଦ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ।  ପ୍ରଧାନ ଶିକ୍ଷକ ସ୍କୁଲକୁ ଆସିବା ପରେ ତାଙ୍କୁ ଗ୍ରାମବାସୀ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ । ବାଲିପାଟଣା ପୁଲିସ ପହଁଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ସୂଚନା ରହିଛି ।

Get real time updates directly on you device, subscribe now.