୨ୟ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ପଡ଼ିଲା ମହଙ୍ଗା, ଚାଲିଗଲା ପ୍ରଧାନ ଶିକ୍ଷୟିତ୍ରୀଙ୍କର ଚାକିରି

ଛାତ୍ରଙ୍କୁ ମାଡ଼ ମାରି ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଟିଟିଲାଗଡ଼: ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି। ସଇଁତଳା ଟିକ୍ରାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କର ଚାକିରି ଚାଲିଯାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରି ପ୍ରଧାନ ଶିକ୍ଷୟିତ୍ରୀ ହେମାଞ୍ଜଳି ହୋତା ନିଲମ୍ବିତ ହୋଇଛନ୍ତି। ଗତ ୩୧ ତାରିଖରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ।

ଏନେଇ ଥାନା ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଛାତ୍ରଙ୍କ ବାପା। ଏହାପରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।