fbpx

ପୁଣି ମାଡ଼ୁଛି କରୋନା: ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେ ‘ବୁଷ୍ଟର ଡୋଜ୍ ନିହାତି ଆବଶ୍ୟକ’

ଭୁବନେଶ୍ୱର: କିଛି ମାସର ବ୍ୟବଧାନ ପରେ ପୁଣି କରୋନା ମହାମାରୀ ମାଡ଼ିବାରେ ଲାଗିଛି । ଏଥିରୁ ବର୍ତ୍ତିବା ପାଇଁ ବୁଷ୍ଟର ଡୋଜ୍ ନିହାତି ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ତାଙ୍କ କହିବା ମୁତାବକ, ବୁଷ୍ଟର ଡୋଜ୍ ନେଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ । ଚତୁର୍ଥ ଲହର ଆସିଲେ ଏହା ଅଧିକ ସୁରକ୍ଷା ଦେଇପାରିବ । ବଡ଼ ଧରଣର ଅଘଟଣ ଘଟିବନି ବୋଲି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର କହିଛନ୍ତି ।

ତେବେ ରାଜ୍ୟରେ ଆଜି ୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦ ଓ ସ୍ଥାନୀୟ ଅଞ୍ଚଳରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ଆଜି ୧୮ ବର୍ଷରୁ କମ୍ ବୟସର ୩ ଜଣ ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୫୧ରେ ପହଞ୍ଚିଛି ।

ସେହିପରି ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୬୬୪ ରହିଥିବା ବେଳେ ୧୧୧ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.