fbpx

ଶୀତଦିନେ ଦହି ଖାଇବା ଉଚିତ ନା ନାହିଁ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ଶୀତଦିନ ଆସିବା ମାତ୍ରେ ଲୋକମାନେ ନିଜ ଲାଇଫ ଷ୍ଟାଇଲରେ ଅନେକ ପରିବର୍ତ୍ତନ କରିଥାଆନ୍ତି । ଏହି ଋତୁରେ ଲୋକମାନେ ନିଜକୁ ଶୀତ କବଳରୁ ରକ୍ଷା କରିବା ପାଇଁ ନିଜର ଖାଦ୍ୟପେୟ, ପୋଷାକ ପିନ୍ଧିବା ଏବଂ ରହିବା ଶୈଳୀରେ ପରିବର୍ତ୍ତନ କରିଥାଆନ୍ତି । ତେବେ ଅଧିକ ଶୀତ ହେତୁ ଲୋକମାନେ ଥଣ୍ଡା ଜିନିଷ ଖାଇ ନଥାନ୍ତି । ତେଣୁ ଲୋକମାନେ ଶୀତ ଦିନେ ଦହି ଖାଇବାକୁ ପସନ୍ଦ କରିନଥାନ୍ତି ।

ଦହିକୁ ସଂଧ୍ୟା କିମ୍ବା ରାତିରେ ମଧ୍ୟ କିଛି ଲୋକ ଖାଆନ୍ତି ନାହିଁ । କିଛି ଲୋକ ଏପରି ବିଶ୍ୱାସ କରନ୍ତି ଯେ, ଥଣ୍ଡା ପାଇଁ ଶୀତ ଦିନେ ଦହି ଖାଇବା ବିପଦ । ହେଲେ ସତରେ କଣ ଶୀତଦିନେ ଦହି ଖାଇବା କଥା ନୁହେଁ । ଏନେଇ ନ୍ୟୁଟ୍ରିସନିଷ୍ଟ କିରଣ କୂକରେଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଆସନ୍ତୁ ଜାଣିବା ଶୀତଦିନେ ଦହି ଖାଇପାରିବା ନା ନାହିଁ ।

ନ୍ୟୁଟ୍ରିସନିଷ୍ଟଙ୍କ କହିବା ଅନୁସାରେ, ଶୀତଦିନେ ଦହି ଖାଇବାକୁ ନେଇ ଲୋକମାନଙ୍କ ମନରେ ଥିବା ଭାବନା ସଂପୂର୍ଣ୍ଣ ଠିକ୍ ନୁହେଁ । ଅର୍ୟୁବେଦିକ ଅନୁଯାୟୀ, ଦହି ପ୍ରକୃତିରେ ଗରମ, ଯାହା ଶରୀର ଉପରେ ଗରମ ପ୍ରଭାବ ପକାଇଥାଏ । ସଂଗେ ସଂଗେ ଫ୍ରିଜରୁ ବାହାରିଥିବା ଦହି ଖାଇବା ଶରୀରକୁ କ୍ଷତି ପହଁଚାଇଥାଏ । ତେବେ ଶୀତଦିନେ ସାମାନ୍ୟ ତାପମାତ୍ରା ଯୁକ୍ତ ଦହିରେ ଗୋଲମରିଚ ଗୁଣ୍ଡ ମିଶାଇ ଖାଇଲେ ଆପଣଙ୍କ ଗଳା ଖରାପ ହେବ ନାହିଁ ।

ଦହିର ଉପକାରିତା ବିଷୟରେ କହିବା, ଏହା ହଜମକୁ ପ୍ରୋତ୍ସାହିତ କରିଥାଏ ଏବଂ ମେଟାବୋଲିଜିମ୍ ବୃଦ୍ଧିରେ ସାହାଯ୍ୟ କରିଥାଏ, ଯାହା ଶରୀରକୁ ଭିତରୁ ଗରମ ରଖିବାରେ ସାହାଯ୍ୟ କରିଥାଏ। ଥଣ୍ଡା ପାଗରେ ଏହା ବିଶେଷ ଲାଭଦାୟକ, କାରଣ ଏହି ସମୟ ମଧ୍ୟରେ ଶରୀରର ଉଷ୍ମତା ବଜାୟ ରଖିବା ଆବଶ୍ୟକ। ଦହିରେ ଉପକାରୀ ପ୍ରୋବାୟୋଟିକ୍ ଥାଏ, ଯାହା ଅନ୍ତଃସ୍ତଳୀ ଜୀବାଣୁର ସନ୍ତୁଳନକୁ ପ୍ରୋତ୍ସାହିତ କରିଥାଏ। ଏହି ପ୍ରୋବାୟୋଟିକ୍ସ ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ଯାହା ଆପଣଙ୍କୁ ଋତୁକାଳୀନ ରୋଗରୁ ସୁରକ୍ଷିତ ରହିବାକୁ ସାହାଯ୍ୟ କରିଥାଏ।

Get real time updates directly on you device, subscribe now.