fbpx

ଏହି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ କଲେ ଲକ୍-ଡାଉନ୍ ଉଲ୍ଲଙ୍ଘନ, ଚାକିରିରୁ ବିଦା

Advertisement

କରୋନା ଭାଇରସ୍ ଯୋଗୁଁ ବିଶ୍ୱର ପ୍ରାୟ ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ବିଭିନ୍ନ ଦେଶରେ ଯେଉଁମାନେ ଏହାକୁ ଅନୁସରଣ କରୁନାହାନ୍ତି, ସେମାନଙ୍କୁ ଦଣ୍ଡ ଦିଆଯାଉଛି । ସେହିପରି ଲକ୍-ଡାଉନ୍ ମାନି ନଥିବା ନ୍ୟୁଜିଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିଜ ପଦ ହରାଇବାକୁ ପଡିଛି ।

ତେବେ ଦେଶରେ କରୋନାଭାଇରସକୁ ରୋକିବା ପାଇଁ ନ୍ୟୁଜିଲ୍ୟାଣ୍ଡ କଠୋର ପଦକ୍ଷେପ ନେବା ସହ ଏହାକୁ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି କ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡେଭିଡ୍ କ୍ଲାର୍କଙ୍କୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡିଛି । ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜସିଣ୍ଡା ଆର୍ଡର୍ନ ତାଙ୍କୁ ପଦରୁ ହଟାଇ ଜୁନିୟର ରୈକଙ୍କୁ ପଦବୀରେ ନିଯୁକ୍ତ କରିଛନ୍ତି । ଏହା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଡେଭିଡ୍ କ୍ଲାର୍କ ମଧ୍ୟ ତାଙ୍କ ଭୁଲକୁ ସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.