fbpx

ଦେଶରେ ଦିଆଗଲାଣି ୨୧ କୋଟିରୁ ଅଧିକ ଡୋଜ୍‌ ଟିକା: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତରେ ଏର୍ପ୍ୟନ୍ତ ୨୧ କୋଟି ୨୦ ଲକ୍ଷ ରୁ ଅଧିକ କରୋନା ଭ୍ୟାକ୍ସିନ ଦିଆଯାଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମିଶାଇ ଏପର୍ଯ୍ୟନ୍ତ ୨୧,୨୦,୬୬,୬୧୪ ଭ୍ୟାକ୍ସିନ ଡୋଜ ଦିଆଯାଇଛି । ଗତ ୨୪ ଘଣ୍ଟାରେ ୩୦ ଲକ୍ଷରୁ ଅଧିକ ଡୋଜ ଦିଆଯାଇଥିବା ସୂଚନା ମିଳିଛି । ଦେଶବ୍ୟାପୀ ଟିକାକରଣ ଅଭିଯାନ ୧୬ ଜାନୁଆରୀରୁ ଆରମ୍ଭ ହୋଇଥିଲା ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ ୨ ଫେବୃଆରୀରୁ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ କରୋନା ଟିକାକରଣ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥିଲା ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଥିଲା । ଏଥି ସହିତ ମେ ୧ରୁ ୧୮ରୁ ୪୪ ବର୍ଷ ବୟସର ସମସ୍ତଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଭାରତରେ ଏପର୍ଯ୍ୟନ୍ତ ମୋଟ ୨୧,୨୦,୬୬,୬୧୪ ଟିକା ଦିଆସରିଛି । ସେଥିମଧ୍ୟରୁ ୯.୬୨,୭୭୭ ଟିକା ସ୍ୱାସ୍ଥ୍ୟ ସେବା ଏବଂ ୧,୫୫,୫୯,୯୩୨ ଟିକା ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି । ସେହିଭଳି ୬୭,୭୨,୭୯୨ ସ୍ୱାସ୍ଥ୍ୟ ସେବା ଏବଂ ୮୪,୮୯,୨୪୧ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ଏହା ବ୍ୟତୀତ ୬୦ ବର୍ଷରୁ ଅଧିକ ୫,୮୪,୪୦,୨୧୮ ଲୋକଙ୍କୁ ପ୍ରଥମ ଏବଂ ୧,୮୬,୫୦,୩୭୮ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି । ୪୫ରୁ ୬୦ ବର୍ଷ ମଧ୍ୟରେ ୬,୫୪,୧୧,୦୪୫ ଲୋକଙ୍କୁ ପ୍ରଥମ ଡୋଜ ଏବଂ ୧,୦୫,୨୭,୨୯୭ ଲୋକଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ ଦିଆଯାଇଛି । ସେହିଭଳି ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ୧,୮୩,୪୩,୫୦୫ ପ୍ରଥମ ଏବଂ ୯,୪୨୯ ଦ୍ୱିତୀୟ ଡୋଜ ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଏବଂ ଦ୍ୱିତୀୟ ଡୋଜକୁ ମିଶାଇ ୩୦,୩୫,୭୪୯ ଡୋଜ ଟିକା ଦିଆଯାଇଛି ।

Get real time updates directly on you device, subscribe now.