fbpx

ଭାରତରେ ୬୦ରୁ ୯୦ ପ୍ରତିଶତ ବୃଦ୍ଧି ପାଇଛି ହୃଦଘାତର ମାତ୍ରା: ରିପୋର୍ଟ

ଭାରତରେ ପ୍ରତି ଚାରି ଜଣରେ ଜଣଙ୍କର ମୃତ୍ୟୁ ହୃଦଘାତ କାରଣରୁ ହୋଇଥାଏ । ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦ୍ ରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି । ନିକଟରେ ହସ୍ପିଟାଲ ବାହାରେ ହଠାତ ହୃଦଘାତ କାରଣରୁ ଦେଶରେ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଦେଖାଯାଇଛି ।

ଅଧ୍ୟୟନ ଅନୁଯାୟୀ, କୋଭିଡ ଏବଂ ଏହାର ପରବର୍ତୀ ସମୟରେ ପରିବର୍ତିତ ଜୀବନଶୈଳୀ କାରଣରୁ ଘରେ ଥିବା ସମୟରେ ହୃଦଘାତର ମାତ୍ରା ୬୦ରୁ ୯୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ହୃଦଘାତ ହୃଦରୋଗ ସମେତ ଅନେକ ପ୍ରାଣଘାତୀ ବିପଦର କାରଣ ପାଲଟିଥାଏ ବୋଲି ଆମେରିକାନ ହାର୍ଟ ଆସୋସିଏସନ୍ (ଏଏଚଏ) ଏବଂ ଏମ୍ସ ଭୁବନେଶ୍ୱରର ମିଳିତ ଉଦ୍ୟମରେ ଭାରତରେ କମ୍ୟୁନିଟି ସିଆରପି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ଏଏଚଏର ସ୍ୱାସ୍ଥ୍ୟ ସେବା ସମାଧାନର ମୁଖ୍ୟ ଜନ୍ ମେନର୍ସ, ଏଏଚ୍ଏ-ଏମ୍ସ ସହଭାଗୀତାର ଆବାହକ ତଥା ଏମ୍ସ ମଙ୍ଗଳାଗିରି ସଭାପତି ଡ. ଟି ଏସ ରବି କୁମାର, ଏମ୍ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି, ଡିନ(ଗବେଷଣା) ଡ. ବିନୋଦ ପାତ୍ର, ଡିନ(ପରୀକ୍ଷା) ଡ. ମନୋଜ କୁମାର ମହାନ୍ତି, ପ୍ରୋଗ୍ରାମ ଲିଡର ଡ. ପ୍ରିୟମାଧବ ବେହେରା ଏବଂ ଏଏଚଏ ଉପଦେଷ୍ଟା ଦିବ୍ୟ ତ୍ରିଖା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମାଜରେ ସରଳ ସିପିଆର କୌଶଳ ସମ୍ପର୍କରେ ପ୍ରଶିକ୍ଷଣର ଗୁରୁତ୍ୱ ବିଷୟରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ପାଞ୍ଚଶହ ମାଷ୍ଟର ଟ୍ରେନରଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.