fbpx

କାନ୍ଦି କାନ୍ଦି ୟୁକ୍ରେନ ଛାଡ଼ିଲେ ନାବାଳକ: ସୀମାରୁ ଆସିଲା ହୃଦୟ ବିଦାରକ ଚିତ୍ର (See Video)

Advertisement

ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ ବିଭୀଷିକା । ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଚାଲିଛି ଋଷ । ୧୩ ଦିନରେ ପହଞ୍ଚିଛି ଯୁଦ୍ଧ । ଯୁଦ୍ଧରେ ଅନେକ ୟୁକ୍ରେନ ସୈନିକଙ୍କ ସହ ସାଧାରଣ ଲୋକଙ୍କର ମୃତ୍ୟୁ ହେଲାଣି । ଅନେକ ସେମାନଙ୍କ ପ୍ରିୟ ଜନଙ୍କୁ ହରାଇଛନ୍ତି । ଯୁଦ୍ଧ ପାଇଁ କିଏ ନିଜ ପରିବାର, ତ’ କିଏ ପୁଣି ନିଜ ସଂପର୍କୀୟ ଛାଡ଼ି ଯୁଦ୍ଧ ଲଢ଼ିବାକୁ ବାହାରି ପଡ଼ିଛନ୍ତି ।

ସେପଟେ ଭୟଙ୍କର ଯୁଦ୍ଧ ଭିତରେ ଲକ୍ଷ ଲକ୍ଷ ୟୁକ୍ରେନ ବାସୀ ଛାଡ଼ୁଛନ୍ତି ଦେଶ । ୟୁକ୍ରେନ ଛାଡ଼ି ଅନ୍ୟ ଦେଶର ଶରଣ ନେଉଛନ୍ତି । ଯେଉଁମାନେ ଯାଇପାରୁନାହିଁନ୍ତି ସେମାନେ ନିଜ ପିଲାଙ୍କୁ ଅନ୍ୟ ଦେଶକୁ ପଠାଉଛନ୍ତି । ଅନେକ ଲୋକ ନିଜର ପରିବାର ସହ ୟୁକ୍ରେନରୁ ପୋଲାଣ୍ଡକୁ ଶରଣାର୍ଥୀ ଭାବରେ ପହଞ୍ଚୁଛନ୍ତି । ଏହାରି ମଧ୍ୟରେ ପୁଣି ଥରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।

ଯେଉଁଠାରେ ଏକ କୁନି ପିଲା କାନ୍ଦି କାନ୍ଦି ପାର ହେଉଛି ୟୁକ୍ରେନ ସୀମା । ଘରର ପରିବାର ଲୋକ ଅସୁବିଧା କାରଣରୁ ଯାଇପାରିନଥିଲେ ହେଲେ ପୁଅକୁ ହାତରେ ଏକ ବ୍ୟାଗ ଏବଂ ପୋଲାଣ୍ଡରେ ଥିବା ସମ୍ପକୀୟଙ୍କ ନମ୍ବର ଦେଇ ପଠାଇଦେଇଥିଲେ । ଜୋପରଜିଆରୁ ଚାଲି ଚାଲି ପୋଲାଣ୍ଡରେ ପହଞ୍ଚିଥିଲେ ଏହି ନାବାଳକ । ସେଠାରେ ଅଧିକାରୀମାନେ ତାଙ୍କ ସମ୍ପର୍କୀୟଙ୍କ ସହ ଯୋଗଯୋଗ କରିଥିଲେ ଏବଂ ପିଲାଟିକୁ ହସ୍ତାନ୍ତର କରିଥିଲେ ।

ଏହା ପୂର୍ବରୁ ସମାନ ଢ଼ଙ୍ଗରେ ଜଣେ ୧୧ ବର୍ଷୀୟ ବାଳକ ନିଜ ଯୁଦ୍ଧ ମଧ୍ୟରେ ନିଜ ମା’ଠାରୁ ଅଲଗା ହୋଇଯାଇଥିଲେ ଏହାପରେ ସେ ଏକାକୀ ପହଞ୍ଚିଥିଲେ ପଡ଼ୋଶୀ ଦେଶ ସ୍ଲୋଭାକିଆରେ । ସବୁଠୁ ବଡ଼ କଥା ହେଉଛି ଏହି ନାବାଳକ ପ୍ରାୟ ହଜାର କିଲୋମିଟର ଏକାକୀ ଯାତ୍ରା କରିଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.