fbpx

ଲଘୁଚାପ ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ୩୬ ଘଣ୍ଟାର ଅବପାତ ପରେ ଆଜି ସଦୃଶ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର। ଏହି କ୍ଷେତ୍ର କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ପରିଣତ ହୋଇଛି। ଏହା ପଶ୍ଚିମ ଆଉକୁ ମୁହାଁଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଗତି କରିବ ବୋଲି କୁହାଯାଉଛି। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ସମ୍ଭାବନା ରହିଛି। ତେବେ ଏହି ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ସମୁଦ୍ର ଅଶାନ୍ତ ଥିବା ଆଜିଠାରୁ ୧ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜିବୀଙ୍କୁ ବାରଣ କରାଯାଇଛି। ସମୁଦ୍ରରେ ଥିଲେ ସମୁଦ୍ରରୁ ତୁରନ୍ତ ଫେରିଆସିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଋଷିକୁଲ୍ୟା,ବଂଶଧରା, ନାଗବାଳୀ ସହ ଲୋୟର ଅବବାହିକାରେ ଅଧିକ ବର୍ଷା ସମ୍ଭାବନା ରହୁଛି। ଏଥିରେ ୩ଜିଲ୍ଲା ଗଜପତି, ମାଲକାନଗିରି,କୋରାପୁଟ ଅଧିକ ପ୍ରଭାବିତ ହେବ। ସେପ୍ଟେମ୍ବର ୨ ତାରିଖରୁ ବର୍ଷାର ପରିମାଣ ଧିରେ ଧିରେ କମିବ।

Get real time updates directly on you device, subscribe now.