fbpx

ଦିଲ୍ଲୀ NCRରେ ବର୍ଷା ତାଣ୍ଡବ; IGI ବିମାନ ବନ୍ଦରର ଖସିଲା ଛାତ, ୬ ଗୁରୁତର ହସ୍ପିଟାଲରେ ଭର୍ତ୍ତି, ଜଣେ ମୃତ

Advertisement

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଅଘଟଣ ଦେଖିବାକୁ ମିଳିଛି । ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ଯୋଗୁଁ ବିମାନବନ୍ଦରର ଟର୍ମିନାଲ ୧ର ଛାତର ଏକ ଅଂଶ ଖସି ପଡ଼ିଥିବା ସୂଚନା ମିଳିଛି । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପରେ ୬ ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲା । ତେବେ ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଦିଲ୍ଲୀ ଦମକଳ ବାହିନୀ ଅଧିକାରୀଙ୍କ ସୂଚନାନୁଯାୟୀ ସକାଳ ପାଖାପାଖି ସାଢ଼େ ୫ଟାରେ ଦିଲ୍ଲୀ ଏୟାରପୋର୍ଟ ଟର୍ମିନାଲ ୧ରେ ଛାତ ଖସିଯିବାର ସୂଚନା ମିଳିଥିଲା । ଘଟଣାସ୍ଥଳରେ ୩ଟି ଦମକଳ ବାହିନୀ ଗାଡ଼ି ପଠାଯାଇଥିଲା । ତେବେ ଛାତ ଖସିଯିବାର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ ରହିଛି । ଏହି ଘଟଣାରେ ଏକାଧିକ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । କହିରଖୁଛୁ ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା । ଦକ୍ଷିଣ ଦିଲ୍ଲୀରେ ଗୋବିନ୍ଦପୁର ଏବଂ ନୋଏଡା ସେକ୍ଟର ୯୫ ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ସେହିପରି ଦିଲ୍ଲୀରେ ଅନେକ ଅଞ୍ଚଳରେ ରାସ୍ତା ଉପରେ ପାଣି ଭର୍ତ୍ତି ହେବା ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

 

Get real time updates directly on you device, subscribe now.