fbpx

ଦଶହରା ପୂର୍ବରୁ ରାଜ୍ୟରେ ବଡ଼ ବର୍ଷା ହେବାର ଆଶଙ୍କା; ୪ ତାରିଖ ବେଳକୁ ପୁଣି ଏକ ଲଘୁଚାପ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି । ୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ‘ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ବର୍ଷା ହୋଇପାରେ । ଏଥର ଶୀତ କେମିତି ରହିବ ତାହା ଆକଳନ ହୋଇନି’ । ଦଶହରା ପୂର୍ବରୁ ରାଜ୍ୟରେ ବଡ଼ ବର୍ଷା ହେବାର ଆଶଙ୍କା ରହିଛି ।

ଅକ୍ଟୋବରରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି । ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ଲଘୁଚାପ ଆଶଙ୍କା କରାଯାଉଛି । ଅକ୍ଟୋବର ୪ରୁ ୧୦ ଭିତରେ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଉଛି । ବାତ୍ୟା ମାସରେ ଲଘୁଚାପ ସୃଷ୍ଟି ହେଲେ ଅଧିକ ଘନିଭୂତ ହେବ । ଲଘୁଚାପ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି । ତେବେ ରାଜ୍ୟରେ ପ୍ରବଳ ବର୍ଷା ପରେ ଦୁଇ ଦିନ ହେବ ପାଗ ଶୁଖିଲା ରହିଛି ।

ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୪ ଦିନ ଯାଏଁ ଅର୍ଥାତ ୩ ତାରିଖ ଯାଏଁ ପ୍ରବଳ ବର୍ଷା ପାଇଁ କୌଣସି ସତର୍କ ସୂଚନା ନାହିଁ । ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ୪ ତାରିଖ ବେଳକୁ ବଢିପାରେ ବର୍ଷାର ପରିମାଣ । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ଅପସାରଣ କରିବା ଆରମ୍ଭ ହୋଇଯାଇଥିବା ବେଳେ ବର୍ତ୍ତମାନ ଫିରୋଜପୁର, ସୀଷରା, ଚୁରୁ, ଅଜମେର, ଦିଶା, ଜୁନାଗଡ ଓ ମାଉଣ୍ଟ ଆବୁରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି ।

Get real time updates directly on you device, subscribe now.